Advertisment

ICC ଟି-୨୦ ବିଶ୍ୱକପ ୨୦୨୨: ରୋହିତ ଶର୍ମା ଅଧିନାୟକ, ଫେରିଲେ ଟି-୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍ରା

ICC ଟି-୨୦ ବିଶ୍ୱକପ ପାଇଁ ଦଳ ଭାରତୀୟ ଦଳ ଘୋଷଣା କଲା BCCI ।

ଅଦ୍ୟତନ ହୋଇଛି
ICC T20 World Cup 2022

ICC T-20 World Cup

Advertisment

ICC ଟି-୨୦ ବିଶ୍ୱକପ ପାଇଁ ଦଳ ଭାରତୀୟ ଦଳ ଘୋଷଣା କଲା BCCI । ରୋହିତ ଶର୍ମା ଅଧିନାୟକ ଥିବା ବେଳେ କେ.ଏଲ୍ ରାହୁଲ ଉପଅଧିନାୟକ ରହିଛନ୍ତି । ଟି-୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍ରା ଫିଟ୍ ହୋଇ ଦଳକୁ ଫେରିଛନ୍ତି । ତେବେ ଟିମ୍‌ରେ ହର୍ଷଲ ପଟେଲଙ୍କର ମଧ୍ୟ କମ୍‌ବ୍ୟାକ୍‌ ହୋଇଛି । ରବିନ୍ଦ୍ର ଜାଡେଜା ଆହତ କାରଣରୁ ଟି- ଟ୍ୱେଣ୍ଟି ବିଶ୍ୱକପ୍‌ରୁ ବାଦ ପଡ଼ିଛନ୍ତି।

Advertisment

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେ.ଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ

ଟିମ୍‌ରେ ରୋହିତ ଶର୍ମା ଓ କେ.ଏଲ.ରାହୁଲ ଭଳି ଦମଦାର ଓପନିଂ ଯୋଡ଼ି ଥିବା ବେଳେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଭଳି ଦୁଇ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ମିଡିଲ୍‌ ଅର୍ଡରରେ ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା ଭଲି ଷ୍ଟାର ଅଲରାଉଣ୍ଡର ରହିଥିବା ବେଳେ ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ତ ୱିକେଟ୍ କିପର ଭାବରେ ମନୋନୀତ ହୋଇଛନ୍ତି।

Advertisment

ଯଶପ୍ରୀତ ବୁମ୍ରାଙ୍କ ଦଳକୁ ଫେରିବା ପରେ ଟିମ୍‌ର ବୋଲିଂ ୟୁନିଟ ମଜବୁତ୍‌ ହୋଇଛି । ଆର୍‌ ଅଶ୍ୱିନ୍‌ ଓ ୟୁଜଭେନ୍ଦ୍ର ଚହଲ ଭଳି ସ୍ପିନ୍‌ ଆଟାକ୍‌ ରହିଥିବା ବେଳେ ଫାଷ୍ଟ ବୋଲିଂରେ ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂହ ରହିଛନ୍ତି ।

Rohit Sharma Cricket ICC T-20 World Cup India Squad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ