Advertisment

ସୁପର୍ ସଣ୍ଡେରେ ସୁପର୍ ଫାଇଟ୍‌: ବାବର୍ ବ୍ରିଗେଡ୍‌କୁ ଟକ୍କର ଦେବ ବିରାଟ ବାହିନୀ

ସୁପର୍ ସଣ୍ଡେରେ ସୁପର୍ ଫାଇଟ୍। ଟି-୨୦ ବିଶ୍ୱକପ୍‌(T20 World Cup)ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର। କ୍ରିକେଟ୍ ମୈଦାନରେ ଜମିବ ହାଇଭୋଲ୍‌ଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ବାବର୍ ବ୍ରିଗେଡ୍‌କୁ ଟକ୍କର ଦେବ ବିରାଟ ବାହିନୀ। ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଉଭୟ ଦଳ।

ଅଦ୍ୟତନ ହୋଇଛି
T20 World Cup

T20 World Cup

Advertisment

ଦୁବାଇ: ସୁପର୍ ସଣ୍ଡେରେ ସୁପର୍ ଫାଇଟ୍। ଟି-୨୦ ବିଶ୍ୱକପ୍‌(T20 World Cup)ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର। ଆଉ କ୍ରିକେଟ୍ ମୈଦାନରେ ଜମିବ ହାଇଭୋଲ୍‌ଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ବାବର୍ ବ୍ରିଗେଡ୍‌କୁ ଟକ୍କର ଦେବ ବିରାଟ ବାହିନୀ। ଦୁଇ ବର୍ଷ ପରେ ଉଭୟ ଦଳ ମୁହାଁମୁହିଁ ହେବେ। 

Advertisment

ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ଅପରାଜେୟ ରେକର୍ଡ ବଜାୟ ରଖିବାକୁ ମ୍ୟାନ୍ ଇନ୍ ବ୍ଲୁ ଲକ୍ଷ୍ୟ ରଖିଛି।  ତେବେ ପୁରୁଣା ରେକର୍ଡକୁ ଭୁଲି ଆଜିର ମ୍ୟାଚ୍ ହାତେଇବାକୁ ପାକିସ୍ତାନୀ କ୍ୟାପଟେନ୍ ବାବର ଆଜମ୍ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଉଭୟ ଟିମ୍ ମଧ୍ୟରେ ଖେଳା ଯାଇଥିବା ୨ଟି ଯାକ ଅଭ୍ୟାସ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରିବାକୁ ଫ୍ୟାନ୍ସ ଆଶା ରଖିଛନ୍ତି।

ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ୫ ଥର ମୁହାଁମୁହିଁ ହୋଇଛନ୍ତି। ଆଉ ସବୁଥର ଭାରତ ଜିତିଛି। ୨୦୦୭ରେ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆ ପ୍ରଥମ ଥର ଚାମ୍ପିଅନ୍‌ ହୋଇଥିଲା।  ଟି-୨୦ ବିଶ୍ୱକପ୍‌ରେ ଶେଷ ଥର ଲାଗି ଉଭୟ ଦେଶ ୨୦୧୬ରେ ମୁହାଁମୁହିଁ ହୋଇଥିଲେ। କୋଲକାତାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ, ପାକିସ୍ତାନକୁ ୬ ଓ୍ୱିକେଟରେ ହରାଇ ଥିଲା। ସେହିପରି ଉଭୟ ଦଳ ଶେଷ ଥର ଲାଗି ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ସାମ୍ନାସାମ୍ନି ହୋଇଥିଲେ, ଏଥିରେ ମଧ୍ୟ ଭାରତ ବାଜି ମାରିଥିଲା। 

Advertisment

ତେବେ ଆଜି ହେବାକୁ ଥିବା ହାଇଭୋଲ୍‌ଟେଜ ମ୍ୟାଚ୍‌ ପାଇଁ ଉଭୟ ପାକିସ୍ତାନ ଓ ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଦୁବାଇରେ ପହଞ୍ଚି ସାରିଛନ୍ତି। ଟିମ୍ ଇଣ୍ଡିଆର ଫ୍ୟାନ୍ସମାନେ ହାତରେ ତ୍ରିରଙ୍ଗା ସହ ଶଙ୍ଖଧ୍ୱନି କରି  ବିରାଟ କୋହଲିଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ, ଟିମ୍ ଇଣ୍ଡିଆର ଶୁଭ ମନାସି ବାରାଣସୀରେ ଫ୍ୟାନ୍ସମାନେ ଗଙ୍ଗା ନଦୀରେ ଆଳତି କରିଥିବା ବେଳେ ବେଙ୍ଗାଲୁରୁରେ ହୋମ ଯଜ୍ଞ କରିଛନ୍ତି।  

T20 World Cup India Vs Pakistan T20 World Cup 2021 India Vs Pakistan Match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ