Advertisment

T20 World Cup: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ଦମ୍‌ଦାର୍‌ ମ୍ୟାଚ୍‌

ଆଜି ଖେଳାଯିବ ଏକ ଦମ୍‌ଦାର୍‌ ମ୍ୟାଚ୍‌। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍‌ର ସେମିଫାଇନାଲ ପ୍ରବେଶ ଆଶା ରହିବ।

ଅଦ୍ୟତନ ହୋଇଛି
India vs New Zealand

India vs New Zealand

Advertisment

ଦୁବାଇ: ଟି-୨୦ ବିଶ୍ୱକପ୍‌ରେ ଆଜି ଖେଳାଯିବ ଏକ ଦମ୍‌ଦାର୍‌ ମ୍ୟାଚ୍‌। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। କାରଣ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ପରାଜୟର ମୁହଁ ଦେଖିଛନ୍ତି। ତାହା ପୁଣି ପାକିସ୍ତାନ ଠାରୁ। ତେଣୁ ଏହି ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍‌ର ସେମିଫାଇନାଲ ପ୍ରବେଶ ଆଶା ରହିବ।

Advertisment

ଟି-୨୦ ବିଶ୍ୱକପ୍‌ରେ ଉଭୟ ଟିମ୍ ମଧ୍ୟରେ ୨ଟି ମ୍ୟାଚ୍‌ ଖେଳା ଯାଇଛି। ଆଉ ୨ଟି ଯାକ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ଜିତିଛି। ତେଣୁ ଆଜି ଏହି ଧାରା ଭାଙ୍ଗିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ।

ସେହିପରି ଆଜିର ଅନ୍ୟ ଏକ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବ ଆଫଗାନିସ୍ତାନ ଓ ନାମିବିୟା। ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରାଯିବା ସପକ୍ଷରେ ଅନେକ ମତ ଦେଇଛନ୍ତି। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ବଦଳରେ ଇଶାନ କିଶନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଅନେକ ମତ ଦେଇଛନ୍ତି। 

Advertisment

ବିଶ୍ୱକପ୍‌ରେ ଭାରତ ଶେଷଥର ପାଇଁ ୨୦୦୩ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ୨୦୧୬ ଟି-ବିଶ୍ୱକପ, ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଥିଲା। ତେଣୁ ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

T20 World Cup India Vs New Zealand ICC Men's T20 World Cup 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ