Advertisment

ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଟି -୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଭାରତୀୟ ଚୟନକର୍ତ୍ତା ମୁମ୍ବାଇରେ ଟିମ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ ଖବର ହେଉଛି ଆର୍‌ ଅଶ୍ୱିନଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳର ପରାମର୍ଶଦାତା କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଇଶାନ କିଶନଙ୍କ ଭଳି ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି।

Team India

Team India

Advertisment

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଭାରତୀୟ ଚୟନକର୍ତ୍ତା ମୁମ୍ବାଇରେ ଟିମ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ ଖବର ହେଉଛି ଆର୍‌ ଅଶ୍ୱିନଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳର ପରାମର୍ଶଦାତା କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଇଶାନ କିଶନଙ୍କ ଭଳି ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଅନ୍ୟପକ୍ଷରେ ଶ୍ରେୟସ୍ ଆୟର, ଦୀପକ ଚହର ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ରିଜର୍ଭ ଖେଳାଳିରେ ରଖାଯାଇଛି। ପ୍ରୀତି ଖାଁ, ଶିଖର ଧାୱନ ଏବଂ କ୍ରୁଣାଲ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳି ନାହିଁ। କେବଳ ଏତିକି ନୁହେଁ, ଟି-୨୦ ବିଶ୍ୱକପ ଦଳରେ ଲେଗ୍‌ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ମଧ୍ୟ ଚୟନ କରାଯାଇ ନାହିଁ।

Advertisment

ତେବେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର ଓ ମୋହମ୍ମଦ ଶାମୀ ସାମିଲ୍ ଅଛନ୍ତି।

Advertisment

ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏହି ହାଇଭୋଲଟେଜ୍ ମୁକାବିଲା ଦୁବାଇରେ ଖେଳାଯିବ। ଏଥିପାଇଁ ପାକିସ୍ତାନ ୬ ତାରିଖରେ ନିଜର ଟିମ ଘୋଷଣା କରିସାରିଛି। ଦ୍ୱିତୀୟ ମ୍ୟାଚ୍ ୩୧ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ଓ ତୃତୀୟ ମ୍ୟାଚ୍ ନଭେମ୍ବର ୩ରେ ଆଫଗାନିସ୍ତାନ ବିପକ୍ଷରେ ହେବ। ଟିମ୍ ଇଣ୍ଡିଆ ନଭେମ୍ବର ୫ରେ ସୁପର ୧୨ରେ ଯୋଗ୍ୟତା ଅର୍ଜନ କରୁଥିବା ଦଳ (ବି -୧) ସହ ଲଢିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ।

ଟି-୨୦ ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡରେ ୮ ଟି ଦଳ ସୁପର-୧୨ରେ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଶ୍ରୀଲଙ୍କା, ନାମିବିଆ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ ପ୍ରଥମ ରାଉଣ୍ଡର ଗ୍ରୁପ୍ ‘ଏ’ ରେ ଥିବା ବେଳେ ଗ୍ରୁପ୍ ‘ବି’ ରେ ଆୟୋଜକ ଓମାନ, ପିଏନଜି, ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶ ରହିଛି।

Advertisment
Cricket T20 Team India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ