ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌: ସାମ୍ନାସାମ୍ନି ହେବେ ଅଷ୍ଟ୍ରେଲିଆ-ପାକିସ୍ତାନ

ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ପାକିସ୍ତା-ଅଷ୍ଟ୍ରେଲିଆ

ଆଜି ପାକିସ୍ତାନ-ଅଷ୍ଟ୍ରେଲିଆ ମୁହାଁମୁହିଁ

News Summary

ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ

ଦୁବାଇରେ ପାକିସ୍ତାନ-ଅଷ୍ଟ୍ରେଲିଆ ଟକ୍କର

ଅଷ୍ଟ୍ରେଲିଆ ଟିମକୁ ଅଡୁଆରେ ପକାଇ ପାରନ୍ତି ସାହିନ ଆଫ୍ରିଦି

ଫର୍ମକୁ ଫେରିଛନ୍ତି ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆଜି ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ। ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଚମତ୍କାର ଫର୍ମରେ ଥିବା ପାକିସ୍ତାନର ଯୁବ ବାମହାତୀ ଦ୍ରୁତ ବୋଲର ସାହିନ ଆଫ୍ରିଦି ଅଷ୍ଟ୍ରେଲିଆ ଟିମକୁ ଅଡୁଆରେ ପକାଇ ପାରନ୍ତି । ପାକିସ୍ତାନ ପାଖରେ ବାବର ଆଜମ, ମହମ୍ମଦ ରିଜୱାନ, ସୋଏବ ମଲ୍ଲିକ ଓ ମହମ୍ମଦ ହାଫିଜଙ୍କ ଭଳି ଅନୁଭବୀ ଖେଳାଳି ଥିବାରୁ ଆଜିର ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ସେପଟେ ସାହିନଙ୍କ ମୁକାବିଲା ପାଇଁ ଅଷ୍ଟ୍ରେଲିଆ ପୁରା ପ୍ରସ୍ତୁତ ବୋଲି ଅଧିନାୟକ ଆରୁନ୍ ଫିଞ୍ଚ କହିଛନ୍ତି । ଡେଭିଡ୍ ୱାର୍ଣ୍ଣର ଫର୍ମକୁ ଫେରିଥିବାରୁ ଅଷ୍ଟ୍ରେଲିଆ ଟିମ୍ ଆଶ୍ୱସ୍ତ ହୋଇଛି । ଟି-ଟେଣ୍ଟି ବିଶ୍ୱକପରେ ପାକିସ୍ତାନର ସଫଳତା ହାର ଅଷ୍ଟ୍ରେଲିଆ ଠାରୁ ଢେର ଅଧିକ ରହିଛି। ସେପଟେ ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ୍ ଫାଇନାଲରେ ପ୍ରବେଶ କରିଛି ।

 

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ଓ୍ୱିକେଟ୍ ବିନିମୟରେ ୧୬୬ ରନ୍ ସଂଗ୍ରହ କରିଥିବା ବେଳେ, ନ୍ୟୁଜିଲାଣ୍ଡ ୧୯ ଓଭରରେ ୫ ଓ୍ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା।