Advertisment

ୟେଲୋ ଜର୍ସିରେ ଆଉ ଫିଲ୍ଡକୁ ଓହ୍ଲାଇବେନି ମିଷ୍ଟର IPL

ଆଉ ଆଇପିଏଲ୍‌ ଖେଳିବେନି ‘ମିଷ୍ଟର ଆଇପିଏଲ୍‌’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ୍‌ ନେଇଥିବା ଘୋଷଣା କରିଛନ୍ତି । ଏନେଇ ଖୋଦ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Suresh Raina

Suresh Raina

Advertisment

ଟିମ୍ ଇଣ୍ଡିଆ ପୂର୍ବତନ ଷ୍ଟାର କ୍ରିକେଟର ସୁରେଶ ରାଇନା ଆଜି ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନିଜ ଟ୍ୱିଟର୍‌ ପେଜ୍‌ରେ ଏନେଇ ସେ ଘୋଷଣା କରିଛନ୍ତି । ୨୦୨୦ ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ବେଳେ ଆଜି ଆଇପ୍‌ଇଏଲ୍‌ ଓ ସମସ୍ତ ଘରୋଇ କ୍ରିକେଟ୍‌ରୁ ସନ୍ୟାସ୍‌ ନେଇଛନ୍ତି । ରାଇନା ବିସିସିଆଇ (BCCI) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) କୁ ଧନ୍ୟବାଦ ଜଣାଇବା ପାଇଁ ଏକ ବିଶେଷ ନୋଟ୍ ମଧ୍ୟ ଲେଖିଛନ୍ତି ।

Advertisment

ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ‘ଆମ ଦେଶ ତଥା ୟୁପି ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଏକ ଗର୍ବର ବିଷୟ। ସମସ୍ତ ପ୍ରକାର କ୍ରିକେଟ୍‌ରୁ ମୋର ଅବସର ଘୋଷଣା କରିବାକୁ ଚାହୁଁଛି । ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ମତେ ସମର୍ଥନ କରିଥିବା ପାଇଁ ମୁଁ @BCCI, @UPCACricket, @ChennaiIPL, @ShuklaRajiv ସାର୍ ଏବଂ ମୋର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।’

Advertisment

ସୋମବାର ରାଇନା ଟ୍ୱିଟର୍‌ରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ପୂର୍ବତନ CSK ଆଇକନ୍ ତଥା Mr IPL ନେଟ୍ ସେସନ୍‌ରେ ଦମଦାର ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି । ସେ କ୍ୟାପ୍ସନ୍‌ରେ ଲେଖିଛନ୍ତି ଯେ, ‘Growing each day in my happy place’ ଅର୍ଥାତ୍‌ ‘ମୁଁ ପ୍ରତିଦିନ ମୋ ପ୍ରିୟ ସ୍ଥାନରେ କିଛିକିଛି ନୂଆ ଶିଖୁଛି’।

Advertisment

ପୂର୍ବରୁ ରାଇନା CSK ପାଇଁ ଅନେକ କିର୍ତ୍ତୀମାନ ସ୍ଥାପନ କରିବା ସହ ଆଇପିଏଲ ଟାଇଟଲ୍‌ ଜିତାଇଥିଲେ ମଧ୍ୟ ଆଇପିଏଲ ୨୦୨୨ରେ ଟିମ୍‌ ତାଙ୍କୁ ମେଗା ଅକ୍ସନରେ କିଣିନଥିଲା । ଏମିତିକି କୌଣସି ଫ୍ରାଞ୍ଚାଇଜ୍‌ ମଧ୍ୟ ରାଇନାଙ୍କୁ କିଣିନଥିଲେ । ଆଇପିଏଲ୍ କ୍ୟାରିୟରରେ ରାଇନା ୨୦୫ଟି ମ୍ୟାଚ୍ ଖେଳିଛନ୍ତି। ସେ ୫୫୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ।

ବିସିସିଆଇରୁ NOC ପାଇବା ପରେ ସୁରେଶ ରାଇନା ଦେଶ ତଥା ବିଦେଶର ବିଭିନ୍ନ ଲିଗରେ ଖେଳିପାରିବେ। ସେ ୟୁପିସିଏ(ଉତ୍ତରପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌)ରୁ ଏନଓସି ନେଇଛନ୍ତି । ବିସିସିଆଇ ସଚିବ ଜୟ ଶାହା ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କୁ ଏନେଇ ସୂଚନା ଦେଇଛନ୍ତି ସୁରେଶ ରାଇନା।

ସେପ୍ଟେମ୍ବର ୧୦ରୁ ସେ ସଡକ ସୁରକ୍ଷା ବିଶ୍ୱ ସିରିଜର ଏକ ଅଂଶ ମଧ୍ୟ ହେବେ ବୋଲି ରାଇନା ନିଶ୍ଚିତ କରିଛନ୍ତି। ସେ ଗତ ଏକ ସପ୍ତାହ ଧରି ଅଭ୍ୟାସ କରୁଛନ୍ତି। ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଛି ବୋଲି ସୁରେଶ ରାଇନା ସୂଚନା ଦେଇଛନ୍ତି।

Suresh Raina Retirement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ