Advertisment

ଫୁଟବଲ୍‌କୁ ଅଲବିଦା କହିଲେ ସୁନିଲ ଛେତ୍ରୀ

କୋଲକାତାର ସଳ୍ଟ ଲେକ୍ ଷ୍ଟାଡିମୟରେ ଖେଳାଯାଇଥିବା କୁଏତ ବିପକ୍ଷ ବିଶ୍ୱକପ ଯୋଗ୍ୟତା ମୁକାବିଲା ହୋଇଛି ସୁନିଲଙ୍କ ଶେଷ ମ୍ୟାଚ୍।

ଅଦ୍ୟତନ ହୋଇଛି
Sunil Chhetri breaks down in tears after farewell game for India vs Kuwait in FIFA WC Qualifiers

Sunil Chetri

Advertisment

ଭାରତୀୟ ଫୁଟବଲ ଟିମର ଅଧିନାୟକ ତଥା କିମ୍ବଦନ୍ତି ଫୁଟବଲ ତାରକା ସୁନିଲ ଛେତ୍ରୀ ଅବସର ନେଇଛନ୍ତି। କୋଲକାତାର ସଳ୍ଟ ଲେକ୍ ଷ୍ଟାଡିମୟରେ ଖେଳାଯାଇଥିବା କୁଏତ ବିପକ୍ଷ ବିଶ୍ୱକପ ଯୋଗ୍ୟତା ମୁକାବିଲା ହୋଇଛି ତାଙ୍କ ଶେଷ ମ୍ୟାଚ୍। ମୁକାବିଲା ଶେଷରେ ଖେଳାଳିଙ୍କ ତରଫରୁ ତାଙ୍କୁ ବିଦାୟୀ ସମ୍ବର୍ଧନା ଦିଆଯାଇଥିଲା। ଶେଷ ମ୍ୟାଚ ଖେଳିଥିବାରୁ ସୁନିଲ ଛେତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ। ଫିଲ୍ଡରେ ସେ କାନ୍ଦୁଥିବା ଦୃଶ୍ୟ ଫ୍ୟାନ୍ସଙ୍କୁ ମଧ୍ୟ ଭାବବିହ୍ୱଳ କରିଥିଲା।

Advertisment

ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଥିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା ଏବଂ ଏହା ଥିଲା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ୍।

ଅଧିକ ପଢ଼ନ୍ତୁ: ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପ୍ରସଙ୍ଗ: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଗମ୍ଭୀର, କହିଲେ….

Advertisment

ଯଦିଓ କୁଏତ ସହିତ ଭାରତର ମ୍ୟାଚ୍ ଡ୍ର’ ରହିଲା। କିନ୍ତୁ ଏହା ପରେ ସମସ୍ତ ଆଖି ସୁନିଲ ଛେତ୍ରୀଙ୍କ ଉପରେ ଥିଲା। ତାଙ୍କୁ ସମଗ୍ର ଭାରତୀୟ ଦଳ ମଧ୍ୟ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ, କିନ୍ତୁ ଏହି ମୁହୂର୍ତ୍ତ ତାଙ୍କୁ ଭାବପ୍ରବଣ କରିଥିଲା। ସୁନୀଲ ତାଙ୍କ ଲୁହକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ତାଙ୍କ ଜର୍ସିରେ ଲୁହ ପୋଛୁଥିବାର ଦେଖିବାକୁ ମିଳିଥିଲା।

ସୁନିଲ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ୧୫୧ ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୯୪ଟି ଗୋଲ ସ୍କୋର କରିଛନ୍ତି। ଫୁଟବଲ୍ ମ୍ୟାଚ୍ ଇତିହାସରେ ଭାରତୀୟ ଦଳ ପାଇଁ ସର୍ବାଧିକ ୪ଟି ହ୍ୟାଟ୍ରିକ୍ ସ୍କୋର କରିଥିବା ସୁନିଲ ମଧ୍ୟ ଏହି ଖେଳାଳି ଥିଲେ। ଅନ୍ତର୍ଜାତୀୟ ଫୁଟବଲରେ ଛେତ୍ରୀ ବିଶ୍ୱର ଚତୁର୍ଥ ସର୍ବାଧିକ ଗୋଲ ସ୍କୋରର ଥିଲେ। ଏହି ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ (୧୨୮), ଇରାନର ଅଲି ଡାଏ (୧୦୮) ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୬) ଙ୍କ ପରେ ସେ ରହିଛନ୍ତି।

Advertisment
India Football Captain Sunil Chhetri FIFA World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ