Advertisment

ଟିକେଟ୍‌ ପାଇଁ ବାରବାଟୀରେ ଧସ୍ତାଧସ୍ତି, ଠେଲାପେଲା: ମହିଳାଙ୍କ ଉପରକୁ ଲାଠିଚାର୍ଜ କଲା ପୋଲିସ୍‌

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। କାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ଆଜି ଲାଇନ୍‌ରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Stampede Line Situation Outside Barabati Stadium In Cuttack

Stampede Line Situation Outside Barabati Stadium In Cuttack

Advertisment

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ଟିକେଟ୍‌ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। 

Advertisment

ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏସବୁ ସତ୍ତ୍ୱେ ମଧ୍ୟ ଧସ୍ତାଧସ୍ତି, ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଟିକେଟ୍‌ ପାଇଁ ଗତକାଲି ରାତିରୁ କ୍ରିକେଟପ୍ରେମୀ ଲମ୍ବା ଲାଇନ୍ ଲଗାଇଥିବା ବେଳେ ଆଜି ସକାଳେ ଆହୁରି ପ୍ରବଳ ଭିଡ଼ ହୋଇଥିଲା। ଏତେ ଭିଡ଼ ଯେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ସକାଳେ ଲାଇନ୍‌ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ପୋଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଉପସ୍ଥିତ ମହିଳା ପୋଲିସ୍‌ କର୍ମୀ ସେମାନଙ୍କୁ ବୁଝାଇ ଲାଇନ୍‌ରେ ଛିଡ଼ା ହୋଇ ଟିକେଟ୍‌ ନେବା ପାଇଁ କହିଥିଲେ। 

ଏହାପରେ ପୁଣି ଅପରାହ୍ଣରେ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା ହୋଇଥିଲା। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ଲାଇନ୍‌ରେ ଧସ୍ତାଧସ୍ତି, ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ ମହିଳାଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବାକୁ ପଡ଼ିଛି।

Advertisment
Barabati Stadium T20 International India-South Africa T20 Ind Vs SA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ