Srilanka Cricket Board
ବିଶ୍ୱକପରେ ଟିମର ଖରାପ ପ୍ରଦର୍ଶନ ପରେ ନିଲମ୍ବିତ ହୋଇଥିବା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି । ଆଜି ବୋର୍ଡର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋର୍ଡ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
ବିଶ୍ୱକପରେ ଶ୍ରୀଲଙ୍କା ଦଳର ପ୍ରଦର୍ଶନ ଖରାପ ରହିଛି । ଏପରିକି ଆଫଗାନିସ୍ତାନଠାରୁ ବି ଦଳ ହାରିଯାଇଥିବାରୁ ଦେଶରେ ଅସନ୍ତୋଷ ବଢିବା ପରେ ଶ୍ରୀଲଙ୍କା ସରକାର ପୂରା ବୋର୍ଡକୁ ବହିଷ୍କାର କରିଥିଲେ । ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ତରଫରୁ ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ । କିନ୍ତୁ ସରକାରଙ୍କ ଏପରି କାର୍ଯ୍ୟ ବୋର୍ଡର କାର୍ଯ୍ୟରେ ହସ୍ତକ୍ଷେପ ବୋଲି ଆଇସିସି ବିବେଚନା କରିଛି । ଏହି କାରଣରୁ ଶ୍ରୀଲଙ୍କା ବୋର୍ଡକୁ ଆଇସିସି ସଦସ୍ୟତାରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699630426.jpg)