କର ବା ମର ମ୍ୟାଚ୍‌ରେ ହାରିଲା ଟିମ୍‌ ଇଣ୍ତିଆ

ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।

IND vs SL

ଏସିଆ କପ୍‌ର ରୋମାଂଚକର ମ୍ୟାଚରେ ହାରିଲା ଭାରତ । ୬ ୱିକେଟରେ ଜିତିଛି ଶ୍ରୀଲଙ୍କା। ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍  ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।

ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା । ଦଳ ପକ୍ଷରୁ କ୍ୟାପ୍ଟେନ୍‌ ରୋହିତ ଶର୍ମା ୪୧ ବଲରୁ ଧୁଆଁଧାର ୭୨ ରନ୍ କରିଥିଲେ । ସେହିପରି ସୂର୍ଯ୍ୟକୁମାର ୨୯ ବଲରୁ ୩୪ ରନ୍ କରିଥିଲେ ।

୧୭୪ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଶ୍ରୀଲଙ୍କା ଗୋଟିଏ ବଲ୍‌ ଥାଇ ମ୍ୟାଚ୍‌କୁ ଜିତିଯାଇଛି । ଶ୍ରୀଲଙ୍କାର ଓପନ୍‌ର ଯୋଡ଼ି ଦମଦାର ବ୍ୟାଟିଂ କରି ପ୍ରଥମ ୧୦ ଓଭର୍‌ରେ ୯୦ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପଥୁମ୍‌ ନିଶଙ୍କା ୫୨ ରନ୍‌ ଓ କୁଶାଲ ମେଣ୍ତିସ୍‌ ୫୭ ରନ୍‌ କରିଥିଲେ । ମ୍ୟାଚ୍‌ର ମିଡିଲ ଓଭର୍‌ରେ ଚାହଲ ଚମତ୍କାର ବୋଲିଂ କରି ୩ଟି ୱିକେଟ୍‌ ନେଇଥିଲେ । ଏହାପରେ ଶ୍ରୀଲଙ୍କାର ସ୍ଥିତି ବିଗିଡ଼ିବାରେ ଲାଗିଥିଲା, କିନ୍ତୁ ଶେଷରେ ୪ ୱିକେଟ୍‌ ହରାଇ ଟିମ୍‌ ମ୍ୟାଚ୍‌କୁ ଜିତିଯାଇଥିଲା ।

ସୁପର୍-୪ ରେ ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରିଯିବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ଟି କର ବା ମର ସ୍ଥିତି ଥିଲା । ତେବେ ଏହି ମ୍ୟାଚରେ ଭାରତ ହାରିଯାଇଛି । ସୁପର ଫୋର ପର୍ଯ୍ୟାୟରେ ଭାରତ ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ।