Advertisment

ପ୍ୟାରିସ ଯିବ ପୁଅ... ଖୁସିରେ ମା’ ମନ କୁଣ୍ଢେମୋଟ

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି ।

Kishore Jena

Kishore Jena

Advertisment

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି । ଭୋଳାବାବାଙ୍କ ନାଁ ନେଇ ଦେଶ ପାଇଁ ତା’ ପୁଅ ଗର୍ବ ଓ ଗୌରବ ପାଲଟିବ ବୋଲି ମା’ ମନରେ ରହିଛି ଅଖଣ୍ଡ ବିଶ୍ୱାସ । ଏମିତି କହି କହି ପ୍ରଭୁଙ୍କୁ ଡାକୁଛନ୍ତି ଆଥଲେଟ୍‌ଙ୍କ ମା’ ।

Advertisment

ଓଡ଼ିଆ ଯୁବ କ୍ରୀଡାବିତ୍ ତଥା ଜାଭେଲେନି ତାରକା କିଶୋର୍ ଜେନାଙ୍କ ମା’ । ତାଙ୍କ ପୁଅ ପ୍ୟାରିସ ଅଲିମ୍ପିକ ପାଇଁ ପ୍ୟାରିସ ଯିବ ଆଉ ସେଇଥିପାଇଁ ତ ତାଙ୍କର ଏହି ପୂଜାର୍ଜନା । ଠାକୁର ଘରେ ପୁଅର ଶୁଭ ମନାସି ଦୀପ ଜାଳୁଛନ୍ତି । ଆଉ କିଶୋରଙ୍କ ଭଲ ପ୍ରଦର୍ଶନକୁ ନେଇ ବାପା ମଧ୍ୟ ଖୁବ୍‌ ଆଶାବାଦୀ । ଏଥର ତାଙ୍କ ପୁଅ ଭାରତ ପାଇଁ ପଦକ ଜିତି ଓଡ଼ିଶାର ସୁନା ପୁଅ ହେବ ବୋଲି ସେ ଆଶା ରଖିଛନ୍ତି ।

ପୂର୍ବରୁ କିଶୋର ଅଲମ୍ପିକ୍ସ ପାଇଁ ମନୋନୀତ ହେବା ପରେ ସେ ହଲାଣ୍ଡରେ ୩ ମାସ ଧରି ପ୍ରାଟିସ ଜାରି ରଖିଥିଲେ । ଆଉ ଏବେ ପ୍ୟାରିସ ଯିବାନେଇ ସେ ତାଙ୍କ ମା’ ଓ ବାପାକୁ ଫୋନ କରି ଜଣାଇଛନ୍ତି । ତେଣୁ ପୁଅଠୁ ଏହି ଖୁସି ଖବର ଶୁଣି ମା’ ବାପା ବହୁତ ଖୁସି । ଆଉ ଖୁସି ହେବେନି ବା କେମିତି । ସେଦିନ ତାଙ୍କର ସେହି କୁନି ଗେହ୍ଲାପୁଅ ଆଜି ବଡ଼ ହୋଇ ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିବାକୁ ଯାଉଛି ।

Advertisment

ଖାଲି କିଶୋରଙ୍କ ପରିବାର ନୁହେଁ ବନ୍ଧୁବାନ୍ଧବ ଓ ସାହି ପଡ଼ିଶା ମଧ୍ୟ ବେଶ ଉତ୍ସାହିତ । କିଶୋର ପ୍ୟାରିସ ଯିବା ଖବର ଜାଣି ଏବେ ଏବେ ତାଙ୍କ ଘରେ ପ୍ରଶଂସକଙ୍କ ଭିଡ଼ ଲାଗୁଛି ।

Javelin Thrower Mother Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ