• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ଚର୍ଚ୍ଚାରେ ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି । କିଛିଦିନ ହେବ କୋହଲିଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷା ହେଉନଥିଲେ ମଧ୍ୟ ସେସିଆଲ ମିଡିଆରେ ଏବେ ବି ତାଙ୍କର ଡିମାଣ୍ତ ରହିଛି । ଗତ ୩ ବର୍ଷ ମଧ୍ୟରେ ବିରାଟ୍‌ଙ୍କ ବ୍ୟାଟ୍‌ରୁ ଗୋଟିଏ ବି ଶତକୀୟ ଇନିଂସ ଦେଖିବାକୁ ମିଳିନାହିଁ । ନିକଟରେ ଇଂଲଣ୍ତ ସିରିଜ୍‌ରେ ତାଙ୍କର ଖରାପ ପ୍ରଦର୍ଶନ ପରେ ଏବେ ତାଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ବିରାଟ୍‌ଙ୍କ ଫର୍ମ କଥା କହୁନଥିଲେ ମଧ୍ୟ ସୋସିଆଲ୍‌ ମିଡିଆରେ କିନ୍ତୁ ସେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ୩୩ ବର୍ଷୀୟ କୋହଲି ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଗୋଟିଏ ପୋଷ୍ଟରୁ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି । ସେସିଆଲ୍‌ ମିଡିଆରେ ଗୋଟିଏ ପୋଷ୍ଟରୁ ସର୍ବାଧିକ ରୋଜଗାର କରୁଥିବା କ୍ରୀଡ଼ାବିତ୍‌ ଭାବରେ ସେ ଏସିଆର ନଂ ୱାନ୍‌ ସ୍ପୋର୍ଟ୍ସ ସେଲିବ୍ରିଟି ହୋଇଛନ୍ତି ।

ବିରାଟ୍‌ଙ୍କ ତୁଳନାରେ ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ସୋସିଆଲ୍‌ ମିଡ଼ିଆ ପ୍ଲାଟଫର୍ମରୁ ଅଧିକ ରୋଜଗାର କରନ୍ତି । hopperhq.com ଦ୍ୱାରା ନିକଟରେ ୨୦୨୨ ର ରିଚ୍ ସ୍ପୋର୍ଟ୍ସମ୍ୟାନ୍‌ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ କୋହଲି ୧୪ ନମ୍ବର ସ୍ଥାନରେ ଅଛନ୍ତି , ସେହିପରି ଭାରତର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୭ ତମ ସ୍ଥାନରେ ରହିଛନ୍ତି ।

ସୋସିଆଲ୍‌ ମିଡିଆ ପ୍ଲାଟଫର୍ମର ଧନୀ ତାଲିକାରେ ବିରାଟ ୧୪ ନମ୍ବରରେ ଅଛନ୍ତି । ସେ ଟପ୍ -୧୫ ରେ ଥିବା ଏକମାତ୍ର ଭାରତୀୟ । ତାଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ୨୭ ତମ ସ୍ଥାନ ପାଇଛନ୍ତି । ପ୍ରିୟଙ୍କା ପ୍ରତ୍ୟେକ ପୋଷ୍ଟ ପାଇଁ ୩ କୋଟି ଟଙ୍କା ରୋଜଗାର କରନ୍ତି । ସର୍ବାଧିକ ରୋଜଗାର କରୁଥିବା ସେଲିବ୍ରିଟି କ୍ରୀଡ଼ାବିତ୍‌ ହେଉଛନ୍ତି ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ । ସେ ପ୍ରତ୍ୟେକ ପେଡ୍ ପୋଷ୍ଟରୁ ୧୯ କୋଟି ଟଙ୍କା ରୋଜଗାର କରନ୍ତି । ସେ ପ୍ରଥମରେ ଥିବାବେଳେ ଲିଓନେଲ ମେସି ଗୋଟିଏ ପୋଷ୍ଟରୁ ୧୪ କୋଟି ଟଙ୍କା ରୋଜଗାର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୨୦୦ ମିଲିୟନରୁ ଅଧିକ ଫଲୋଅର୍ସ ରହିଛନ୍ତି । ପ୍ରଥମ କ୍ରିକେଟର ଭାବେ ବିରାଟ୍‌ଙ୍କ ସର୍ବାଧିକ ଫଲୋଅର୍ସ ରହିଛନ୍ତି । ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲଡୋଙ୍କ ୪୪୨ ମିଲିୟନ ଫଲୋଅର୍ସ ରହିଥିବା ବେଳେ ଲିଓନେଲ୍‌ ମେସିଙ୍କ ୩୨୭ ମିଲିୟନ ଫଲୋଅର୍ସ ରହିଛନ୍ତି ।