Advertisment

ଦ. ଆଫ୍ରିକା ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା; ୩ ଫର୍ମାଟ ପାଇଁ ୩ ଅଧିନାୟକ

ଦକ୍ଷିଣଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ସେଠାରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ T-20 ଖେଳିବ। ଦିନିକିଆରେ କେ.ଏଲ୍‌ ରାହୁଲ୍‌ ଅଧିନାୟକ ହୋଇଥିବା ବେଳେ T-20ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି।

Ind Vs SA Series

Ind Vs SA Series

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ୍ ଦଳ । ଭାରତ ଖେଳିବାକୁ ଥିବା ୩ ଫର୍ମାଟ ପାଇଁ ୩ଟି ଟିମ୍‌ ଘୋଷଣା କରାଯାଇଛି । ୩ଟି ଯାକ ଫର୍ମାଟ ପାଇଁ ୩ ଅଧିନାୟକ ମନୋନୀତ ହୋଇଛନ୍ତି । ଟେଷ୍ଟ ଟିମ୍‌ ଲାଗି ରୋହିତ ଶର୍ମା ଅଧିନାୟକ, ବୁମ୍‌ରା ଉପଅଧିନାୟକ । ଦିନିକିଆ ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବେ କେ. ଏଲ ରାହୁଲ । ଟି ଟ୍ୱେଣ୍ଟି ଲାଗି ସୂର୍ଯ୍ୟକୁମାର ଅଧିନାୟକ, ରବୀନ୍ଦ୍ର ଜାଡ଼େଜା ଉପଅଧିନାୟକ ରହିବେ ।

Advertisment

ତେବେ ଟେଷ୍ଟ ଟିମ୍‌ର ଅଧିନାୟକ ରହିବେ ରୋହିତ ଶର୍ମା । ଉଭୟ ବିରାଟ କୋହଲି ଏବଂ ରୋହିତ ଶର୍ମା ବିସିସିଆଇକୁ ବିଶ୍ରାମ ମାଗିଥିଲେ ବି ରୋହିତଙ୍କୁ ଟେଷ୍ଟ ଦଳ ସମ୍ଭାଳିବାକୁ ଦାୟିତ୍ୱ ଦିଆଯାଇଛି । ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଟି-ଟ୍ୱେଣ୍ଟି, ତିନିଟି ଦିନିକିଆ ଓ ୨ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

ଦିନିକିଆ ଦଳ: କେ.ଏଲ୍‌ ରାହୁଲ୍‌(କ୍ୟାପ୍‌ଟେନ୍‌), ଋତୁରାଜ ଗାଏକୱାଡ୍, ସାଈ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂ, ଶ୍ରେୟସ୍‌ ଆୟାର, ୱାଇ. ଚହଲ, ସଞ୍ଜୁ ସାମସନ୍‌(ୱିକେଟ୍‌ କିପର), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମୁକେଶ କୁମାର, ଅଭେଶ ଖାନ, ଅର୍ଶଦୀପ୍‌ ସିଂ ଓ ଦୀପକ ଚହର

Advertisment

ଟେଷ୍ଟ ଦଳ : ରୋହିତ ଶର୍ମା(କ୍ୟାପ୍‌ଟେନ୍‌), ଜଶପ୍ରିତ୍‌ ବୁମ୍ରା, ବିରାଟ କୋହଲି, ଶୁବମନ ଗିଲ୍, ଜୟସ୍ୱାଲ, ଶ୍ରେୟସ ଆୟାର, ଋତୁରାଜ ଗାଏକୱାଡ, ଈଶାନ୍ କିଶନ୍‌, କେ.ଏଲ୍‌. ରାହୁଲ, ରବୀଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି ଓ ପ୍ରସିଦ୍ଧ କ୍ରିଷ୍ଣା

ଟି-ଟ୍ୱେଣ୍ଟି ଦଳ: ସୂର୍ଯ୍ୟକୁମାର ଯାଦବ(କ୍ୟାପ୍‌ଟେନ୍‌), ରବୀନ୍ଦ୍ର ଜାଡ଼େଜା, ଜୟସ୍ୱାଲ, ଶୁଭ୍‌ମନ୍‌ ଗିଲ୍‌, ଋତୁରାଜ ଗାଏକୱାଡ୍‌, ତିଲକ ବର୍ମା, ରିଙ୍କୁ ସିଂ, ଶ୍ରେୟସ୍‌ ଆୟାର, ଈଶାନ କିଶନ୍‌, ଜିତେଶ ଶର୍ମା, ୱାଶିଂଟନ୍‌ ସୁନ୍ଦର, ରବି ବିଷ୍ଣୋୟୀ, କୁଲଦୀପ୍ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଦୀପକ ଚହର

Advertisment
Ind Vs SA Series
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ