Advertisment

‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

ଅଦ୍ୟତନ ହୋଇଛି
Mary Kom

Mary Kom

Advertisment

ବକ୍ସିଂରୁ ସନ୍ୟାସ ନେବା ନେଇ ଭାରତର କିମ୍ବଦନ୍ତୀ ଖେଳାଳି ମ୍ୟାରି କମ୍‌ଙ୍କ ବିଷୟରେ ଚର୍ଚ୍ଚା ବଢ଼ିଥିଲା । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ତନ କରିଛନ୍ତି ୬ ଥର ବିଶ୍ୱ ଚାମ୍ପିଅନ ଏବଂ ୨୦୧୨ ଅଲିମ୍ପିକ୍ ପଦକ ବିଜେତା ଏମ୍.ସି. ମ୍ୟାରି କମ୍ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଏବେବି ମୋ ଭିତରେ ଖେଳିବା ପାଇଁ ପ୍ରବଳ ଆଗ୍ରହ ରହିଛି ।

Advertisment

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି । ଏଥିସହ ସେ କହିଛନ୍ତି, ଗତକାଲି ଦିବ୍ରୁଗଡ଼ରେ ଏକ ସ୍କୁଲ ଉତ୍ସବରେ ଯୋଗ ଦେଇଥିଲି। ସେଠାରେ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଁ ଏବେବି ଆହୁରି ବହୁତ କିଛି ହାସଲ କରିବାକୁ ଚାହୁଁଛି, ମାତ୍ର ବୟସ ବାଧକ ସାଜୁଥିବା କହିଥିଲା। ଏପରିକି ଦୁର୍ଭାଗ୍ୟବଶତଃ ବୟସ ସୀମା ପାଇଁ ଅଲମ୍ପିକ୍ସରେ ଅଂଶଗ୍ରହଣ କରି ପାରୁ ନ ଥିବା ବି କହିଥିଲି। ମାତ୍ର ମୋର ଏହି ଉକ୍ତିକୁ ଭୁଲ୍‌ ଭାବେ ଗଣମାଧ୍ୟମରେ ଉପସ୍ଥାପନ କରାଯାଇଥିବା କହିଛନ୍ତି ମ୍ୟାରି କମ୍‌।

ଇଣ୍ଟରନ୍ୟାସନାଲ ବକ୍ସିଂ ଆସୋସିଏସନ ବା IBAର ନିୟମ ଅନୁଯାୟୀ, କେବଳ ୪୦ ବର୍ଷ ବୟସ ଯାଏଁ ଜଣେ ପ୍ରତିଯୋଗୀ ଏଲିଟ୍-ଲେଭଲ୍ କମ୍ପିଟିସନରେ ଅଂଶ ଗ୍ରହଣ କରିପାରିବେ । ଏବେ ମ୍ୟାରି କମ୍ ଙ୍କୁ ୪୧ ବର୍ଷ ଚାଲିଛି । ସେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ମୁଁ ବୟସ ସୀମା ପାଇଁ ଆଉ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବି ନାହିଁ ।

Advertisment

୧୮ ବର୍ଷ ବୟସରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମଣିପୁରର ମ୍ୟାରି କମ୍, ୬ଟି ୱାର୍ଲଡ ଟାଇଟଲ୍ ହାସଲ କରିବାରେ ବିଶ୍ୱର ପ୍ରଥମ ମହିଳା ମୁଷ୍ଟିଯୋଦ୍ଧା । ଏହି ୫ ଥର ଏସିଆନ୍ ଚାମ୍ପିଅନ, ଭାରତ ପାଇଁ ପ୍ରଥମ ମହିଳା ବକ୍ସର ଭାବେ ୨୦୧୪ ଏସିଆନ ଗେମ୍ସରେ ଆଣିଥିରେ ଗୋଲ୍ଡ ମେଡାଲ୍ ।

୨୦୧୨ ଲଣ୍ଡନ ଅଲିମ୍ପିକ ଗେମ୍ସରେ ସେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୬ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ, ତାଙ୍କର ସଂଘର୍ଷ ଉପରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତି ଏକ ବଲିଉଡ୍ ଫିଲ୍ମ ମଧ୍ୟ ରହିଛି ।

Advertisment
Mary Kom Retirement Announces
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ