Paris Olympic 2024: ବିଜୟରୁ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

ଦମଦାର ବିଜୟରୁ ପ୍ୟାରିସ୍ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ । ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସିଧାସଳଖ ସେଟ୍ ରେ ବିଜୟୀ ।

PV Sindhu

ଦମଦାର ବିଜୟରୁ ପ୍ୟାରିସ୍ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ । ଦୁଇଥରର ଅଲମ୍ପିକ ପଦକ ବିଜେତା ଭାରତୀୟ ସର୍ଟଲର ସିନ୍ଧୁ, ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରବିବାର ଖେଳାଯାଇଥିବା ମ୍ୟାଚରେ ମାଳଦୀପର ଫତିମା ଅବଦୁଲ ରଜାକଙ୍କୁ ସିଧାସଳଖ ସେଟ୍ ରେ ହରାଇଛନ୍ତି ସିନ୍ଧୁ । 

ଆକ୍ରମଣାତ୍ମକ ରଣନୀତି ସହ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି, ତୃତୀୟ ଅଲମ୍ପିକ ପଦକ ଲକ୍ଷ୍ୟରେ ଥିବା ଭାରତୀୟ ଭେଟେରାନ ବ୍ୟାଡମିଣ୍ଟର ଷ୍ଟାର୍ ସିନ୍ଧୁ । ମାତ୍ର ୨୯ ମିନିଟରେ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଦମଦାର ଫର୍ମରେ ଥିବା ପ୍ରମାଣ ଦେଇଛନ୍ତି ସିନ୍ଧୁ । ୨୧-୯, ୨୧-୬ ସିଧାସଳଖ ସେଟ୍ ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି  । 

୨୦୧୬ ରିଓ ଅଲମ୍ପିକ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଟୋକିଓରେ କାଂସ୍ୟ ପଦକ ଜିତିଥିଲେ । ଦ୍ୱିତୀୟ ଗ୍ରୁପ ମ୍ୟାଚରେ ବିଶ୍ୱ ବ୍ୟାଡମିଣ୍ଟନ ମାନ୍ୟତାର ୭୫ତମ ସ୍ଥାନରେ ଥିବା ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ବୁଧବାର ଭେଟିବେ ସିନ୍ଧୁ ।