Advertisment

ରାହୁଲଙ୍କ ପରେ କିଏ.. କୋଚ୍‌ ପାଇଁ କ’ଣ ରହିଛି ଯୋଗ୍ୟତା ? ଜାଣନ୍ତୁ BCCIର ନିୟମ..

ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍‌କୁ ନିଯୁକ୍ତି ମିଳିବ।

ଅଦ୍ୟତନ ହୋଇଛି
BCCI's Criteria For New Team India Head Coach Job

BCCI

Advertisment

ଖୁବଶୀଘ୍ର ବଦଳିବେ ଟିମ୍‌ ଇଣ୍ତିଆର ହେଡ୍‌ କୋଚ୍‌। ଏନେଇ BCCI ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ହେଡ୍‌ କୋଚ୍‌ ପାଇଁ କଣ ସବୁ ଦକ୍ଷତା ରହିବା ଦରକାର। ସେନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏନେଇ ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ସୂଚନା ଦେଇଥିଲେ। ନୂଆ ହେଡ୍‌ କୋଚ୍‌ଙ୍କ କାର୍ଯ୍ୟକାଳ ଜୁଲାଇ ପହିଲାରୁ ଆରମ୍ଭ ହୋଇ ୨୦୨୭ ଦିନିକିଆ ବିଶ୍ୱକପ୍‌ ଯାଏ ରହିବ।

Advertisment

୨୦୨୧ ନଭେମ୍ବର ମାସରୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଥିବା ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ୨୦୨୩ ବିଶ୍ୱକପ ପରେ ସାମୟିକ ଭାବେ ବୃଦ୍ଧି ପାଇଥିଲା। କିନ୍ତୁ ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ମୁଖ୍ୟ କୋଚ ପାଇଁ ବିସିସିଆଇ ଆବେଦନ ପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍‌କୁ ନିଯୁକ୍ତି ମିଳିବ।

ଅଧିକ ପଢ଼ନ୍ତୁ: ‘ଚେନ୍ନାଇରେ ତିଆରି ହେବ ଧୋନିଙ୍କ ମନ୍ଦିର’

କେବଳ ରାହୁଲ ଦ୍ରାଭିଡ୍‌ ନୁହନ୍ତି ବରଂ ଭାରତୀୟ ଟିମର ସର୍ପୋଟ ଷ୍ଟାଫ ମଧ୍ୟ ଚୟନ କରାଯିବ। ଦ୍ରାଭିଡ୍‌ଙ୍କ ସହ ସେମାନଙ୍କର କାର୍ଯ୍ୟକାଳ ସମୟ ସାମୟିକ ଭାବେ ବୃଦ୍ଧି କରାଯାଇଥିଲା। ତେବେ ନୂଆ ହେଡ୍‌ କୋଚ୍‌ ଚୟନ ନେଇ BCCI ପକ୍ଷରୁ କିଛି ଯୋଗ୍ୟତା ମାନଦଣ୍ତ ସ୍ଥିର କରାଯାଇଛି। ଵିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଟିମ୍‌ ଇଣ୍ତିଆରେ କୋଚ୍‌ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବା ପାଇଁ କିଛି ଯୋଗ୍ୟତା ଉପରେ ନଜର ରଖାଯିବ। ଯେପରିକି ଆବେଦନକାରୀ ଅତି କମ୍‌ରେ ୩୦ଟି ଟେଷ୍ଟ ମ୍ୟାଚ୍‌ ଓ ୫୦ଟି ଦିନିକିଆ ଖେଳିଥିବେ। ଏହାଛଡ଼ା ପୂର୍ବରୁ କୌଣସି ଅନ୍ତର୍ଜାତୀୟ ଦଳର କୋଚିଂ କରୁଥିବେ। ନଚେତ କୌଣସି ପ୍ରଥମ ଶ୍ରେଣୀ କ୍ରିକେଟ ବା ଆଇପିଏଲ ଭଳି ଫର୍ମାଟରେ ୩ ବର୍ଷ ଧରି କୋଚିଂ କରିଥିବେ। ଏହାଛଡ଼ା ପ୍ରାର୍ଥୀଙ୍କ ବୟସ ୬୦ ବର୍ଷ ମଧ୍ୟରେ ରହିବା ଆବଶ୍ୟକ।

Advertisment

ଜୟ ଶାହ ପୂର୍ବରୁ କହିଥିଲେ ଯେ ରାହୁଲ ଡ୍ରାଭିଡ ଯଦି ଚାହିଁବେ, ତା’ହେଲେ ମୁଖ୍ୟ କୋଚ ପାଇଁ ଆବେଦନ କରିପାରିବେ। କିନ୍ତୁ ପୂର୍ବଭଳି କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ। ସେ କହିଛନ୍ତି, “ରାହୁଲଙ୍କ କାର୍ଯ୍ୟକାଳ ଜୁନ ଶେଷ ଯାଏ ରହିଛି। ଯଦି ସେ ଚାହିଁବେ, ପୁଣି ଆବେଦନ କରିପାରିବେ। ନୂଆ କୋଚ ଭାରତୀୟ ହେବେ କି ବିଦେଶୀ, ସେକଥା ଆମେ କହିପାରିବୁ ନାହିଁ। ସବୁ କିଛି କ୍ରିକେଟ ପରାମର୍ଶଦାତା କମିଟି ବା ସିଏସି ଉପରେ ନିର୍ଭର କରେ।”

କ୍ରିକେଟର ୩ ଫମାର୍ଟ ପାଇଁ ଭିନ୍ନଭିନ୍ନ କୋଚ୍ ନିଯୁକ୍ତି ଚର୍ଚ୍ଚାକୁ ମଧ୍ୟ ଜୟ ଶାହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏପରି ନିଷ୍ପତ୍ତି ମଧ୍ୟ ସିଏସି ନେଇଥାଏ। ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତଙ୍କ ଭଳି ଅନେକ ସବୁ ଫର୍ମାଟରେ ଖେଳୁଥିବା ଖେଳାଳି ରହିଛନ୍ତି। ଏହା ସହ ଭାରତରେ ସେଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ।”

Advertisment

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍

Team India BCCI Head Coach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ