Advertisment

ଜାତୀୟ କ୍ରୀଡ଼ା ପୁରସ୍କାର: ସାମିଙ୍କୁ ଅର୍ଜୁନ, ସାତ୍ତ୍ୱିକ ଓ ଚିରାଗଙ୍କୁ ଖେଳରତ୍ନ

ସାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।

ଅଦ୍ୟତନ ହୋଇଛି
Mohammed Shami Arjun Awards

Mohammed Shami

Advertisment

ଦେଶର ପ୍ରତିଭାବାନ ଖେଳାଳିଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । କ୍ରିକେଟର ମହମ୍ମଦ ସାମିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାଛଡ଼ା ତୀରନ୍ଦାଜ ଓଜାସ ପ୍ରବୀଣ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।

Advertisment

ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି । ଏସିଆନ ଗେମ୍ସରେ ଭାରତର ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ଦୁଇ ଷ୍ଟାର ବ୍ୟାଡମିଣ୍ଟନ ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମିଳିଛି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ସମ୍ମାନ । ଚଳିତ ବର୍ଷ ସାତ୍ତ୍ୱିକ ଓ ଚିରାଗ ସମସ୍ତ ବଡ଼ ଟୁର୍ଣ୍ଣାମେଣ୍ଟରେ ୬ ଥର ଫାଇନାଲ ଖେଳିଛନ୍ତି । ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ୱିସ୍‌ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସାତ୍ତ୍ୱିକ ଓ ଚିରାଗ ଜିତି ସାରିଛନ୍ତି ।

ଦିନିକିଆ ବିଶ୍ୱକପ ୨୦୨୩ରେ ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ସାମିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇଥିଲେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୭ଟି ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଥିଲେ । ପୂରା ବିଶ୍ୱକପ ଯାତ୍ରାରେ ମୋଟ ୭ଟି ମ୍ୟାଚରେ ୨୪ ୱିକେଟ୍ ନେଇଥିଲେ ସାମି । କ୍ରୀଡା ଜଗତରେ ଏହି ଉତ୍କୃଷ୍ଠତା ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସାମିଙ୍କୁ ଅର୍ଜୁନ ପୁରସ୍କାର ଦାବା ପାଇଁ BCCI ପକ୍ଷରୁ ସୁପାରିସ କରାଯାଇଥିଲା ।

Advertisment


ସାମିଙ୍କ ବ୍ୟତିତ ଅର୍ଜୁନ ପୁରସ୍କାର ପାଇଥିବା କ୍ରୀଡ଼ାବିତ୍‌

ଓଜସ ପ୍ରବୀଣ ଦେଓତାଲେ (ତୀରନ୍ଦାଜି), ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜି), ଶ୍ରୀଶଙ୍କର (ଆଥଲେଟିକ୍ସ), ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ ହୁସାମୁଦ୍ଦିନ (ବକ୍ସର), ଆର ବୈଶାଳୀ (ଚେସ୍), ମହମ୍ମଦ ସାମି (କ୍ରିକେଟ୍), ଅନୁଷ ଅଗ୍ରୱାଲ (ଅଶ୍ୱାରୋହୀ), ଦିକ୍ଷା ଡାଗର (ଗଲ୍ଫ), କ୍ରିଷନ ବାହାଦୁର ପାଠକ (ହକି), ସୁଶୀଲା ଚାନୁ (ହକି), ପବନ କୁମାର (କବାଡି), ରିତୁ ନେଗି (କବାଡି), ନସରିନ (ଖୋ-ଖୋ), ପିଙ୍କି (ଲନ୍ ବାଉଲ୍ସ), ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର (ସୁଟିଂ)। ଇଶା ସିଂହ (ସୁଟିଂ), ହରିନ୍ଦର ପାଲ ସିଂହ (ସ୍କ୍ୱାଶ), ଆୟିକା ମୁଖାର୍ଜୀ (ଟେବୁଲ ଟେନିସ), ସୁନୀଲ କୁମାର (କୁସ୍ତି), ଆଣ୍ଟିମ୍ (କୁସ୍ତି), ରୋଶିବିନା ଦେବୀ (ଉଶୁ), ଶୀତଲ ଦେବୀ (ପାରା ଆର୍ଚରୀ), ଅଜୟ କୁମାର (ଦୃଷ୍ଟିହୀନ କ୍ରିକେଟ), ପ୍ରାଚୀ ଯାଦବ (ପାରା କ୍ୟାନୋଇଙ୍ଗ୍)।

Advertisment

କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପଛରେ ରହିଛି ଗୁରୁ ଅର୍ଥାତ କୋଚ୍‌ଙ୍କ ବଡ଼ ହାତ । ତେଣୁ କିଛି ଶ୍ରେଷ୍ଠ କୋଚ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଲଳିତ କୁମାର(କୁସ୍ତି), ଆର୍‌ ବି ରମେଶ(ଚେସ୍‌), ମହାବୀର ପ୍ରସାଦ ସାଇନି(ପାରା ଆଥଲେଟିକ୍ସ), ଶିବେନ୍ଦ୍ର ସିଂ(ହକି), ଗଣେଶ ପ୍ରଭାକର ଦେବ୍ରୁଖର(ମଲ୍ଲାଖମ୍ବ) ଙ୍କୁ ଉଚ୍ଚକୋଟିର କୋଚିଂ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

କ୍ରୀଡ଼ା କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ମଞ୍ଜୁସା କୁମାର(ବ୍ୟାଡମିଣ୍ଟନ), ଭିନୀତ କୁମାର ଶର୍ମା(ହକି), କବିତା ଶେଲଭରାଜ(କବାଡ଼ି) ଧ୍ୟାନଚନ୍ଦ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହାଛଡ଼ା ନିଜ କ୍ରୀଡ଼ା କ୍ୟାରିୟରରେ ଶ୍ରେଷ୍ଠ କୋଚଂ ପାଇଁ ଜସକିରତ୍‌ ସିଂ ଗ୍ରେୱାଲ୍‌(ଗଲ୍ଫ), ଭାସ୍କରନ୍‌ ଇ(କବାଡ଼ି), ଜୟନ୍ତ କୁମାର ପୁଶିଲାଲ୍‌(ଟେବୁଲ ଟେନିସ)ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଗୁରୁନାନକ ବିଶ୍ୱବିଦ୍ୟାଳୟ, ଲଭଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟ ଓ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟକୁ ମଧ୍ୟ ମୌଲାନା ଅବଦୁଲ କଲାମ ଆଜାଦ ଟ୍ରଫି(ମକ୍କା) ପ୍ରଦାନ କରାଯାଇଛି ।

Mohammad Shami Arjuna Award Khel Ratna Major Dhyan Chand Khel Ratna Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ