Advertisment

ସୋଏବଙ୍କୁ ଚିଗୁଲେଇଲେ ସଚିନ୍‌, କହିଲେ..‘ସବୁକିଛି ଥଣ୍ତା ରଖିଥିଲୁ’

ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ତିଆର ଲଗାତର ଅଷ୍ଟମ ବିଜୟ । ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ସଚିନ-ସୋଏବଙ୍କ ମଧ୍ୟରେ ଠଟ୍ଟାମଜା ।

Ind Vs Pak

Ind Vs Pak

Advertisment

ଗତକାଲି ପାକିସ୍ତାନ ବିପକ୍ଷ ହାଇଭୋଲଟେଜ ମ୍ୟାଚରେ ଟିମ୍ ଇଣ୍ଡିଆର ଚମତ୍କାର ବିଜୟ ପରେ ସାରା ଦେଶ ଉଲ୍ଲସିତ । ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । କିନ୍ତୁ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆ କରିଥିବା ପୋଷ୍ଟ ଫ୍ୟାନଙ୍କ ମନକୁ ଛୁଇଁଛି । ମ୍ୟାଚ୍ ପୂର୍ବରୁ ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତର ସଚିନ୍ ତେନ୍ଦୁଲକର ଆଉଟ ହେବାର ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ମ୍ୟାଚ ବେଳେ ମିଜାଜ ଥଣ୍ଡା ରଖିବାକୁ ପରାମର୍ଶ ଦେଇଥିଲେ।

Advertisment

କିନ୍ତୁ ମ୍ୟାଚ ପରେ ସଚିନ୍ ଏହାକୁ ନେଇ ପୋଷ୍ଟ କରିଛନ୍ତି । ଆପଣଙ୍କ ପରାମର୍ଶ ଗ୍ରହଣ କରିଥିଲୁ । ସବୁକିଛି ଥଣ୍ଡା ରଖିଥିଲୁ । ଅର୍ଥାତ୍ ସଚିନ୍ ଜଣାଇବାକୁ ଚାହିଛନ୍ତି ମ୍ୟାଚରେ ଟିମ୍ ଇଣ୍ଡିଆ ଥଣ୍ଡା ମିଜାଜରେ ଖେଳି ଚମତ୍କାର ବିଜୟ ହାସଲ କରିଥିଲା । ସେପଟେ ଏହାକୁ ନେଇ ସୋଏବ୍ ପୁଣି ଏକ ପୋଷ୍ଟ କରି ସଚିନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସଚିନଙ୍କୁ ସର୍ବକାଳୀନ ଶ୍ରେଷ୍ଠ ପ୍ଲେୟାର କହିବା ସହ କ୍ରିକେଟର କିମ୍ବଦନ୍ତୀ ଭାବେ ତୁଳନା କରିଛନ୍ତି ।

ତେବେ ଉଭୟଙ୍କ ଭିତରେ ଭାରତ ପାକିସ୍ତାନ ମ୍ୟାଚକୁ ନେଇ ହୋଇଥିବା ଥଣ୍ଡା-ମଜାକ୍ ସେମାନଙ୍କ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୋଏବ୍ ପୋଷ୍ଟ କରିଛନ୍ତି । ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତିରେ କ୍ୟାପଟେନ୍ ରୋହିତ ଶର୍ମା ଆକର୍ଷଣୀୟ ଇନିଂସ ଖେଳିଥିଲେ ।

Advertisment

ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିରୋଧରେ ଅପରାଜେୟ ରେକର୍ଡକୁ କାଏମ୍ ରଖିଲା ଭାରତ । ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ବିଶ୍ୱକପ ମୁକାବିଲାରେ ୭ ୱିକେଟରେ ବିଜୟୀ ହୋଇ ଭାରତ ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ବିଜୟ ଧାରାକୁ ଅବ୍ୟାହତ ରଖିଛି।

ବିଶ୍ୱକପରେ ୧୯୯୨ ପରଠୁ ଏପର୍ଯ୍ୟନ୍ତ ମୋଟ ୮ ଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ । ତେବେ ସମସ୍ତ ୮ଟି ମ୍ୟାଚରେ ଭାରତ, ପାକିସ୍ତାନକୁ ହରାଇ ବିଜୟ ଯାତ୍ରା ଜାରି ରଖିଛି । ଏହା ପୂର୍ବରୁ ୨୦୦୩ରେ ସେଂଚୁରିଅନରେ ପଛରେ ବ୍ୟାଟିଂ କରି ଭାରତୀୟ ଦଳ ସର୍ବାଧିକ ୬ ୱିକେଟରେ ବିଜୟ ଲାଭ କରିଥିଲା । ତେବେ ଗତକାଲି ୭ ୱିକେଟରେ ବିଜୟୀ ହେବା ପରେ ଏହା ସବୁଠୁ ବଡ଼ ବିଜୟ । ସେହିଭଳି ୨୦୧୯ରେ ମାଞ୍ଚେଷ୍ଟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସର୍ବାଧିକ ୮୯ ରନ୍ ବ୍ୟବଧାନରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।

Advertisment

ତେବେ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଭିତରୁ ୨୦୧୧ରେ ମୋହାଲିରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚରେ ମାତ୍ର ୨୯ ରନରେ ବିଜୟ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା । ଏହି ୮ଟି ମ୍ୟାଚରୁ ୩ଟି ଘରୋଇ ମାଟିରେ ୫ଟି ମ୍ୟାଚ୍ ବିଦେଶରେ ଖେଳାଯାଇଛି ।

Sachin Tendulkar Shoaib Akhtar Ind Vs Pak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ