Advertisment

IPL ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ ଧୋନି, ଏହି ଖେଳାଳିଙ୍କୁ ଦେଲେ କ୍ୟାପ୍ଟେନ୍ସି ଭାର...

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅଚାନକ ଭାବରେ ସେ ଚେନ୍ନାଇର ଅଧିନାୟକ ପଦ ଛାଡ଼ିଛନ୍ତି।

ଅଦ୍ୟତନ ହୋଇଛି
MS Dhoni

MS Dhoni

Advertisment

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ। IPL ସିଜିନ୍‌-୧୭ର ପ୍ରଥମ ମ୍ୟାଚ୍‌ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ ପାଇଁ ଉଭୟ ଦଳ ଜୋରସୋରରେ ଅଭ୍ୟାସ ଜାରି ରଖିଛନ୍ତି। ତେବେ ଆଇପିଏଲ ଆରମ୍ଭ ହେବାର ଗ୍ଟିଏ ଦିନ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଯେଉଁ ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀଙ୍କୁ ଲାଗିଛି ଏକ ବଡ଼ ଝଟକା।

Advertisment

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅଚାନକ ଭାବରେ ସେ ଚେନ୍ନାଇର ଅଧିନାୟକ ପଦ ଛାଡ଼ିଛନ୍ତି। ଧୋନି କ୍ୟାପଟେନ୍‌ ପଦ ଛାଡ଼ିବା ପରେ ଚେନ୍ନାଇ ଋତୁରାଜ ଗାଇକ୍ୱାଡଙ୍କୁ ଦିଆଯାଇଛି ଅଧିନାୟକ ଦାୟିତ୍ୱ। ଧୋନି ଗତ ସିଜିନ୍‌ରେ ହିଁ ଚେନ୍ନାଇକୁ ପଞ୍ଚମ ଟ୍ରଫି ଦେଇଥିଲେ। ଆଉ ଚଳିତ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ହିଁ ସେ ଅଧିନାୟକ ପଦ ଛାଡ଼ି ଋତୁରାଜ ଗାଇକ୍ୱାଡଙ୍କୁ ଦେଇଛନ୍ତି।

ଧୋନି ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲରେ ପାଞ୍ଚ ଥର ଟାଇଟଲ୍ ଜିତାଇଛନ୍ତି। ଏହାସହ CSKକୁ ସେ ପାଞ୍ଚ ଥର ଫାଇନାଲରେ ମଧ୍ୟ ପ୍ରବେଶ କରାଇଥିଲେ। ଆଇପିଏଲ ଇତିହାସରେ ଧୋନି ହେଉଛନ୍ତି ପ୍ରଥମ ଅଧିନାୟକ ଯିଏ ୧୦ ଥର ଆଇପିଏଲ ଫାଇନାଲ ଖେଳିଛନ୍ତି। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଚାମ୍ପିଅନ ହୋଇଛି। ସେହପରି ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ସେ ଚେନ୍ନାଇକୁ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ।

Advertisment

ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୨୨୬ଟି ମ୍ୟାଚ୍‌ ଖେଳିଛି। ସେଥିମଧ୍ୟରୁ ୧୩୩ ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ୯୧ ମ୍ୟାଚ୍‌ରେ ପରାଜୟ ବରଣ କରିଛି। ତାଙ୍କ ଅଧିନାୟକତ୍ୱରେ ବିଜୟର ପ୍ରତିଶତ ୫୯.୩୮ ରହିଥିଲା। ସେହିପରି କ୍ୟାପଟେନ୍‌ ଭାବରେ ଧୋନି ୨୨ ଅର୍ଦ୍ଧଶତକ ସହ ୪ ହଜାର ୬୬୦ ରନ୍‌ କରିଛନ୍ତି।

Advertisment

MS Dhoni IPL CSK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ