Rohit Sharma tests positive for Covid-19
ଇଂଲଣ୍ଡ ଓ ଭାରତ(ENG vs IND) ମଧ୍ୟରେ ଟେଷ୍ଟ୍ ମ୍ୟାଚ୍ ପୁର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା ଲାଗିପାରେ। ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ରୋହିତ ଶର୍ମା(Rohit Sharma) କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ଟ୍ୱିଟ୍ କରାଯାଇ BCCI ପକ୍ଷରୁ କୁହାଯାଇଛି ଯେ, ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶନିବାର ଦିନ ଏହି ଟେଷ୍ଟ୍ କରାଯାଇଥିଲା। ବର୍ତ୍ତମାନ ସେ ହୋଟେଲ୍ରେ ଆଇସୋଲେସନରେ ଅଛନ୍ତି ଓ ବିସିସିଆଇର ମେଡିକାଲ୍ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ଆଜି ପୁଣି ରୋହିତ ଶର୍ମାଙ୍କ ଆର୍ଟିପିସିଆର୍ ଟେଷ୍ଟ କରଯିବ। ଯଦି ରୋହିତ ଶର୍ମାଙ୍କ ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସେ, ତେବେ ଟିମ୍ ଇଣ୍ଡିଆକୁ ବଡ ଝଟ୍କା ଲାଗିପାରେ। କାରଣ ଜୁଲାଇ ୧ରୁ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି। କରୋନାରୁ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମ୍ରେ ୧ ସପ୍ତାହ ଲାଗିବ। ଏଭଳି ପରିସ୍ଥିତିରେ ସେ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚ୍ ସେ ଖେଳି ପାରିବେ ନାହିଁ ବୋଲି ଜଣାପଡ଼ିଛି।
ରୋହିତ ଲିସେଷ୍ଟରଶାୟର ବିପକ୍ଷରେ ଚାଲଥିବା ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। କିନ୍ତୁ ସେ ଭାରତର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଓହ୍ଲାଇ ନଥିଲେ । ତେବେ ସେ ପ୍ରଥମ ଇନିଂସରେ ୨୫ ରନ୍ କରି ପାଭିଲିୟନ ଫେରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656226996.jpg)