Advertisment

T-20 ବିଶ୍ୱକପ୍‌ ଟିମ୍‌ରେ ପାଣ୍ତ୍ୟାଙ୍କୁ ନେବାକୁ ଚାହୁଁନଥିଲେ ରୋହିତ !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୟନ କମିଟି ଏବଂ ଅଧିନାୟକ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଚୟନକୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
Rohit Sharma & Hardik Pandya

Rohit Sharma & Hardik Pandya

Advertisment

ଟି-ଟ୍ୱେଣ୍ଟିରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଚୟନକୁ ନେଇ ଥମୁନି ବିବାଦ। ପାଣ୍ତ୍ୟାଙ୍କ ଫର୍ମକୁ ନେଇ ଉଠଛି ପ୍ରଶ୍ନ। ପାଣ୍ତ୍ୟାଙ୍କ କ୍ୟାପ୍ଟେନସିପ୍‌ରେ ପ୍ଲେ ଅଫ୍‌ରୁ ବାଦ ପଡ଼ିଛି ମୁମ୍ବାଇ ଇଣ୍ତିଆନ୍ସ। ହେଲେ ବି ମୁମ୍ବାଇରୁ ୪ ଜଣଙ୍କୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି। ଅଧିନାୟକ ରୋହିତ ଶର୍ମାଙ୍କ ସହିତ, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ୟାଦବ ଓ ଯଶପ୍ରୀତ୍‌ ବୁମ୍‌ରା ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୟନ କମିଟି ଏବଂ ଅଧିନାୟକ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଚୟନକୁ ବିରୋଧ କରିଥିଲେ।

Advertisment

ଚଳିତ ଆଇପିଏଲ୍‌ ସଂସ୍କରଣ ଆରମ୍ଭରୁ ହାର୍ଦ୍ଦିକଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରୋହିତଙ୍କ ବଦଳରେ ମୁମ୍ବାଇ ପାଣ୍ତ୍ୟାଙ୍କୁ କ୍ୟାପ୍ଟେନସିପ୍‌ ଦାୟିତ୍ୱ ଦେବା ପରଠୁ ମୁମ୍ବାଇ ଡ୍ରେସିଂ ରୁମ୍‌ରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଛି। ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କ ଆଇପିଏଲ ପ୍ରଦର୍ଶନ ଓ କ୍ୟାପ୍ଟେନ୍ସି ଷ୍ଟାଇଲକୁ ନେଇ ରୋହିତ ଆଦୌ ସନ୍ତୁଷ୍ଟ ନାହାନ୍ତି। ସେ ଟି-୨୦ ବିଶ୍ୱକପରେ ହାର୍ଦ୍ଦିକଙ୍କୁ ସାମିଲ କରିବା ସପକ୍ଷରେ ନଥିଲେ।

ଅଧିକ ପଢ଼ନ୍ତୁ: ରାହୁଲଙ୍କ ପରେ କିଏ.. କୋଚ୍‌ ପାଇଁ କ’ଣ ରହିଛି ଯୋଗ୍ୟତା? ଜାଣନ୍ତୁ BCCIର ନିୟମ..

Advertisment

ରୋହିତଙ୍କ ସହ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡରେ ସାମିଲ କରିବାକୁ ଇଚ୍ଛୁକ ନଥିଲେ। ଶେଷ ମୁହୂର୍ତ୍ତରେ ହାର୍ଦ୍ଦିକଙ୍କର ବିକଳ୍ପ ଅଲରାଉଣ୍ଡର ନ ମିଳିବାରୁ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ରଖାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ରୋହିତ ଓ ଅଗରକର ପାଣ୍ଡ୍ୟାଙ୍କୁ ୧୫ ଜଣିଆ ଦଳରେ ନେବାକୁ ଚାହୁଁନଥିଲେ। ପାଣ୍ଡ୍ୟାଙ୍କୁ ନେଇ ଚୟନ ସମିତି ବୈଠକରେ ଅନେକ ଗରମାଗରମ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ଅତ୍ୟଧିକ ଚାପ ପଡ଼ିବାରୁ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରିକି ‌ବିଶ୍ୱକପ୍‌ ପରେ ରୋହିତ ଟ୍ୱେଣ୍ଟି-୨୦ ଫର୍ମାଟ୍‌ରୁ ସନ୍ୟାସ ନେଇପାରନ୍ତି ବୋଲି କୁହାଯାଇଛି।

Advertisment

ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଆଦୌ ଆଶାଜନକ ନାହିଁ। ୧୩ଟି ମ୍ୟାଚ୍‌ରେ ସେ ୧୪୪.୯୩ ଷ୍ଟ୍ରାଇକ ରେଟରେ କେବଳ ୨୦୦ ରନ କରିଛନ୍ତି। ୧୩ ମ୍ୟାଚ୍‌ରେ ତାଙ୍କ ନାଁରେ ୧୧ ୱିକେଟ ରହିଛି। ହେଲେ ତାଙ୍କ ବୋଲିଂ ଇକୋନୋମି ୧୦.୫୯। ଏହି ପ୍ରଦର୍ଶନକୁ ଦେଖି ରୋହିତ ଓ ଅଗରକର ତାଙ୍କୁ ଟିମରେ ରଖିବାକୁ ଚାହୁଁ ନଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

ବିଶ୍ୱକପ ସ୍କ୍ୱାଡ ଘୋଷଣା ହେବା ପରେ ରୋହିତ ଓ ଅଗରକର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ହାର୍ଦ୍ଦିକଙ୍କୁ ସ୍କ୍ୱାଡରେ ରଖିବା ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଅଗରକର କହିଥିଲେ ଯେ ହାର୍ଦ୍ଦିକଙ୍କ ବଦଳ ଖେଳାଳି ଚୟନ କରିବାରେ ଚୟନକର୍ତ୍ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ତାଙ୍କ ସମକକ୍ଷ ଦକ୍ଷତାର ଖେଳାଳି ନଥିବାରୁ ତାଙ୍କୁ ସ୍କ୍ୱାଡରେ ରଖାଯାଇଛି।

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍

Rohit Sharma Hardik Pandya BCCI T20 World Cup Ajit Agarkar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ