Advertisment

ଲିଗାମେଣ୍ଟ ଇନଜ୍ୟୁରିର ଚିକିତ୍ସା ପାଇଁ ରିଷଭ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ

ଡିସେମ୍ବର ୩୦ରେ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ

ଅଦ୍ୟତନ ହୋଇଛି
Rishabh Pant

Rishabh Pant

Advertisment

କାର ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଷ୍ଟାର କ୍ରିକେଟର ରିଷଭ ପନ୍ଥଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ରିଷଭଙ୍କ ମାଙ୍କ ସହ କଥାବାର୍ତ୍ତା ପରେ ଦିଲ୍ଲୀ କ୍ରିକେଟ ଆସୋସିଏଶନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ରିଷଭଙ୍କ ଲିଗାମେଣ୍ଟ ଇନଜ୍ୟୁରିର ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି ।

Advertisment

ଡିସେମ୍ବର ୩୦ ତାରିଖ ଭୋରରେ ରିଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨୫ ବର୍ଷୀୟ ରିଷଭ ସେଦିନ ଭୋରରୁ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ତାଙ୍କ କାରଟି ରୁରକି ନିକଟରେ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ପରେ ଗାଡିଟି ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ରିଷଭ କାରର କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ନେଇ ପ୍ରଥମେ ରୁରକି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡିରେ ଋଷଭ ଏକୁଟିଆ ଥିଲେ ଓ ଗାଡ଼ି ନିଜେ ଚଳାଉଥିଲେ । ଗାଡି ଚଳାଉଥିବା ବେଳେ ଆଖି ଲାଗି ଯିବାରୁ ରିଷଭଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ତାଙ୍କୁ ରାସ୍ତାରୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରାଯାଇ ଡେରାଡୁନ୍ ସ୍ଥିତ ମ୍ୟାକ୍ସ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ପନ୍ତଙ୍କ କପାଳରେ ଦୁଇଟି କ୍ଷତ ସହ ତାଙ୍କର ଡାହାଣ ଆଣ୍ଠୁ ଲିଗାମେଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା । ଏଥିସହ ତାଙ୍କ କହୁଣୀ, ଗୋଇଠି ଓ ପିଠିରେ ଆଞ୍ଚୁଡା ଦାଗ ରହିଥିଲା ।

Advertisment
Road Accident Rishabh Pant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ