ରିୟାନଙ୍କ ଧୂଆଁଧାର ବ୍ୟାଟିଂ ସାମ୍ନାରେ ଧରାଶାୟୀ ହେଲା ଆରସିବି

ରିୟାନ ପରାଗଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଅଶ୍ୱୀନ ଓ କୁଲଦୀପ ସେନଙ୍କ ବୋଲିଂରେ ଧରାଶାୟୀ ହେଲା ଆରସିବି । ଲୋ ସ୍କୋରିଂ ମ୍ୟାଚ ସତ୍ତ୍ୱେ ରାଜସ୍ଥାନ ଟିମ୍ ୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଛି ।

RR vs RCB

ରିୟାନ ପରାଗଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଅଶ୍ୱୀନ ଓ କୁଲଦୀପ ସେନଙ୍କ ବୋଲିଂରେ ଧରାଶାୟୀ ହେଲା ଆରସିବି । ଲୋ ସ୍କୋରିଂ ମ୍ୟାଚ ସତ୍ତ୍ୱେ ରାଜସ୍ଥାନ ଟିମ୍ ୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଛି । ଏହି ବିଜୟ ସହିତ ୮ ରୁ ୬ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଆରସିବି ।

ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆରସିବି ଟିମ୍ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍ କରିଥିଲା । ରିୟାନ ପରାଗ ୩୧ ବଲ୍‌ରୁ ୪ ଟି ଛକ୍କା ଓ ୩ଟି ଚୌକା ବଳରେ ଧୁଆଁଧାର ୫୬ ରନ୍ କରି ନଟ୍ଆଉଟ୍ ରହିଥିଲେ । ୧୪୫ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଙ୍ଗାଲୋର ଟିମ୍ ୧୯ ଓଭର ୩ଟି ବଲ୍‌ରେ ୧୧୫ ରନ୍ କରି ଅଲ୍ଆଉଟ ହୋଇଥିଲା ।

ବାଙ୍ଗଲୋରର ୪ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ । ଅଶ୍ୱୀନ ୪ ଓଭରରୁ ମାତ୍ର ୧୭ ରନ୍ ଦେଇ ୩ଟି ୱିକେଟ ନେଇଥିବା ବେଳେ କୁଳଦୀପ ସେନ ୪ଟି ୱିକେଟ ନେଇଥିଲେ । ଆଇପିଏଲ୍‌ରେ ଆଜି ସଂଧ୍ୟାରେ ଗୋଟିଏ ମ୍ୟାଚ ରହିଛି । ଗୁଜରାଟ ଟାଇଟନ୍ସକୁ ଭେଟିବ ହାଇଦ୍ରାବାଦ ସନରାଇଜର୍ସ ।