RCB vs LSG IPL 2023 Lucknow clinch thriller by 1 wicket
ଆଇପିଏଲ୍(IPL 2023)ରେ ପୁଣି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଶେଷ ବଲ୍ରେ ହେଲା ମ୍ୟାଚ୍ର ଫଇସଲା। ଗତକାଲି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ, ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୧ ୱିକେଟରେ ପରାସ୍ତ କରିଛି। ୨୧୩ ରନ୍ ଟାର୍ଗେଟର ପିଛା କରୁଥିବା ଲକ୍ଷ୍ନୌ ଟିମ୍ ୨୩ ରନ୍ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଏହି ସମୟରେ ଟିମ୍ର ଅଷ୍ଟ୍ରେଲିଆନ୍ ବ୍ୟାଟସମ୍ୟାନ୍ ମାର୍କସ ଷ୍ଟୋଇନିସ୍ ୩୦ ବଲ୍ରୁ ୬୫ ରନ୍ର ପାରି ଖେଳି ସ୍ଥିତିକୁ ସମ୍ଭାଳିଥିଲେ। ତେବେ ସେ ଏବଂ କ୍ୟାପଟେନ କେଏଲ ରାହୁଲ ଆଉଟ୍ ହୋଇଯିବା ପରେ ଘରୋଇ ଦଳର ବିଜୟ ଆଶା ବଢ଼ିଥିଲା। ହେଲେ ୱିକେଟ କିପର୍ ନିକୋଲାସ୍ ପୂରନଙ୍କ ୧୯ ବଲ୍ରୁ ଧୂଆଁଧାର ୬୨ ରନ୍ ଏବଂ ଯୁବ ତାରକା ଆୟୁଷ ବୋଡନୀଙ୍କ ୨୪ ବଲ୍ରୁ ୩୦ ରନ୍ ସହାୟତାରେ ଦଳ ପୁଣି ବିଜୟ ଆଡକୁ ଅଗ୍ରସର ହୋଇଥିଲା।
ଶେଷ ଓଭରରେ ଦଳକୁ ଜିତିବା ଲାଗି ୫ ରନ୍ ଦରକାର ହେଉଥିବା ବେଳେ ହାତରେ ଥିଲା ୩ ୱିକେଟ। ତେବେ ଲକ୍ଷ୍ନୌ ଟିମ୍ ଆଉ ଗୋଟିଏ ୱିକେଟ ବାକି ଥାଇ ଶେଷ ବଲ୍ରେ ମ୍ୟାଚ ଜିତିବାରେ ସକ୍ଷମ ହୋଇଥିଲା। ଏହା ପୂର୍ବରୁ ବାଙ୍ଗାଲୋର ଟିମ୍ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ ହରାଇ ୨୧୨ ରନ୍ କରିଥିଲା । କ୍ୟାପଟେନ୍ ଡୁ ପ୍ଲେସିସ୍ ସର୍ବାଧିକ ୭୯ ରନ୍ କରିଥିବା ବେଳେ ବିରାଟ କୋହଲି ୬୧ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୫୯ ରନ୍ କରିଥିଲେ। ଗତକାଲିର ବିଜୟ ସହ ଲକ୍ଷ୍ନୌ ୩ଟି ବିଜୟ ସହ ୬ ପଏଣ୍ଟ ପାଇ ଟେବୁଲ୍ର ଟପ୍ରେ ପହଞ୍ଚିଛି। ଅପରପକ୍ଷରେ ଆରସିବିର ଏହା ଦ୍ୱିତୀୟ ପରାଜୟ।
ସେପଟେ ଆଇପିଏଲ୍ ମ୍ୟାଚ୍ରେ ଆଜି ଦିଲ୍ଲୀ କ୍ୟାପିଟାଲସ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଭେଟିବ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍। ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଦିଲ୍ଲୀ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଆଜିର ମ୍ୟାଚ୍ ଜିତିଲେ ଦିଲ୍ଲୀ ଏହି ଆଇପିଏଲ୍ରେ ପ୍ରଥମ ବିଜୟ ହାସଲ କରିବ। ପୂର୍ବରୁ ୩ ମ୍ୟାଚ୍ ଖେଳି ସବୁଥିରେ ପରାଜୟ ଦେଖିଛି ଦିଲ୍ଲୀ କ୍ୟାପିଟାଲ୍ସ।
ଦିଲ୍ଲୀ କ୍ୟାପିଟାଲସ୍ର ଖେଳାଳି ଡେଭିଡ୍ ୱାର୍ଣ୍ଣରଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ୱେ ଦିଲ୍ଲୀ ଗୋଟିଏ ବି ମ୍ୟାଚ୍ ଜିତିପାରିନି। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପୂର୍ବରୁ ୨ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ରେ ହାରିଛି। ମୁମ୍ବାଇ ମଧ୍ୟ ଏହି ମ୍ୟାଚ୍ ଜିତି ବିଜୟର ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1681186858.jpg)