Advertisment

IPL 2022: ଟସ୍‌ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

CSK vs RCB

CSK vs RCB

Advertisment

ଆଇପିଏଲ୍‌ ୨୦୨୨ ର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ପଏଣ୍ଟ ଟେବୁଲ୍‌ର ୬ନଂ ସ୍ଥାନରେ ଆର୍‌ସିବି ଥିବା ବେଳେ ୮ନଂ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ । ଆଜିର ମ୍ୟାଚ୍‌ଟି ପୁନେର ଏମ୍‌ସିଏ ଷ୍ଟାଡିୟମରେ ହେବାକୁ ଯାଉଛି । ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍‌ଟି ପ୍ଲେଅଫ୍‌କୁ ପ୍ରବେଶ ଦୃଷ୍ଟିରୁ ଦୁଇଟି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ।

Advertisment

ଚଳିତ ସିଜନ ଆରମ୍ଭରୁ ହିଁ ଧୋନି ଜାଡେଜାଙ୍କୁ ଟିମ୍‌ର କମାଣ ସମ୍ଭାଳିବାକୁ ଦେଇଥିଲେ । କିନ୍ତୁ ଜାଡେଜା ଏନେଇ ଆଦୌଁ ଭଲ ପ୍ରଦର୍ଶନ କରିପାରିନଥିଲେ । ଚେନ୍ନାଇ ବାରମ୍ବାର ମ୍ୟାଚ୍‌ ହାରିବା ପରେ ଜାଡେଜା କ୍ୟାପ୍ଟେନ୍‌ସିପ ଛାଡିଥିଲେ । ଚେନ୍ନାଇର ବାକି ମ୍ୟାଚ୍‌ ଗୁଡ଼ିକରେ ଧୋନି କ୍ୟାପ୍ଟେନସିପ୍‌ କରିବେ ବୋଲି ଟିମ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ପେଜ୍‌ରେ ସେୟାର କରିଥିଲା । ଧୋନୀ କ୍ୟାପ୍ଟେନ୍‌ସିପ୍‌ ନେବା ପରେ ଟିମ୍‌ ବିଜୟ ଟ୍ରାକ୍‌ରେ ଫେରିଛି ।

ତଥାପି ଚେନ୍ନାଇ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ଦଳ ଏଯାଏ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୩ଟିରେ ଜିତିବାକୁ ସକ୍ଷମ ହୋଇଛି। ତେଣୁ ପ୍ଲେ ଅଫ ଦୌଡ଼ରେ ରହିବାକୁ ହେଲେ ଚେନ୍ନାଇକୁ ତା’ର ବଳକା ମ୍ୟାଚ୍‌ ଗୁଡ଼ିକ ଯେମିତି ହେଲେ ଜିତିବାକୁ ପଡ଼ିବ।

Advertisment

ଆରସିବି ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ହେଲେ କ୍ରମାଗତ ଭାବେ ମ୍ୟାଚ୍‌ ହାରିବା ଦଳର ଚିନ୍ତାକୁ ବଢ଼ାଇ ଦେଇଛି। ଆରସିବି ଏଯାଏ ୧୦ଟି ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ଜିତିଛି ଓ ୫ଟିରେ ହାରିଛି। ତେଣୁ ଆଜିର ମ୍ୟାଚ୍ ଆରସିବି ପାଇଁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

ଆଜି ଦୁଇଟି ଟିମ୍‌ର ପ୍ଲେଇଙ୍ଗ୍‌ ଇଲେଭେନ୍‌

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଇକ୍ୱାଡ୍‌, ଡେଭନ୍‌ କନୱେ, ରବିନ୍ ଉଥାପ୍ପା, ଅମ୍ବାତି ରାୟୁଡୁ, ଏମ୍.ଏସ୍ ଧୋନି, ରବିନ୍ଦ୍ର ଜାଡେଜା, ମୋଇନ୍‌ ଅଲି, ଡ୍ୱେନ୍‌ ପ୍ରେଟୋରିୟସ, ମହେଶ ତିକସାନା, ସିମରଜିତ ସିଂହ, ମୁକେଶ ଚୌଧୁରୀ

Advertisment

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର: ଫାଫ୍‌ ଡୁପ୍ଲେସିସ୍‌, ବିରାଟ କୋହଲି, ରଜତ ପାଟିଦାର୍‌, ଗ୍ଲେନ୍‌ ମ୍ୟାକ୍ସୱେଲ, ସାବାଜ୍‌ ଏହମ୍ମଦ, ଦିନେଶ କାର୍ତ୍ତିକ, ମହିପାଲ ଲୋମରର୍‌, ୱାନିନ୍ଦୁ ହସରଙ୍ଗା, ହର୍ସଲ ପଟେଲ, ମହମ୍ମଦ ସିରାଜ, ଜସ୍‌ ହେଜଲୁଡ୍‌

IPL 2022 CSK Vs RCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ