Ashwin Record: ଇତିହାସ ସୃଷ୍ଟି କଲେ ଅଶ୍ୱିନ...ଭାଙ୍ଗିଲେ କୁମ୍ବଲେ ଓ କପିଲ ଦେବଙ୍କ ରେକର୍ଡ...

Ravichandran Ashwin: ରେକର୍ଡ ପରେ ରେକର୍ଡ । ପୁଣି ଆଜି ଆଉ ଏକ ରେକର୍ଡ କରିଛନ୍ତି ଅଶ୍ୱିନ । ଭାରତରେ ଟେଷ୍ଟ ଖେଳିବାବେଳେ ୩୫୦ ୱିକେଟ୍ ପୂରଣ କରିଛନ୍ତି ଅଶ୍ୱିନ । 

Ashwin Record

ରେକର୍ଡ ପରେ ରେକର୍ଡ । ଇଂଲଣ୍ଡର ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ୫୦୦ ୱିକେଟ୍‌ ନେଇ ରେକର୍ଡ଼ କରିଥିଲେ ଅଶ୍ୱିନ । ପୁଣି ଆଜି ଆଉ ଏକ ରେକର୍ଡ କରିଛନ୍ତି ଅଶ୍ୱିନ୍‌ । ଭାରତରେ ଟେଷ୍ଟ ଖେଳିବାବେଳେ ୩୫୦ ୱିକେଟ୍ ପୂରଣ କରିଛନ୍ତି ଅଶ୍ୱିନ । ଅନିଲ୍‌ କୁମ୍ବଲେଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଅଶ୍ୱିନ । ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ବେନ୍ ଡକେଟ୍ ଓ ଓଲି ପୋପ୍‌ଙ୍କ ୱିକେଟ୍‌ ନେବା ପରେ ସେ ଭାରତରେ ଟେଷ୍ଟ ଖେଳିବାବେଳେ ୩୫୦ ୱିକେଟ୍ ପୂରଣ କରିଥିଲେ । ଅଶ୍ୱିନଙ୍କ ବର୍ତ୍ତମାନ ଭାରତରେ ମୋଟ ୩୫୧ ୱିକେଟ୍ ନେଇଛନ୍ତି । ଅଶ୍ୱିନ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି । ଭାରତରେ ଖେଳୁଥିବାବେଳେ କୁମ୍ବଲେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୩୫୦ଟି ୱିକେଟ୍ ନେଇଥିଲେ । ଆପଣଙ୍କୁ କହିରଖୁଛୁ ଯେ କୁମ୍ବଲେ ଭାରତରେ ୧୧୫ଟି ଟେଷ୍ଟ ଖେଳିବା ପରେ ମୋଟ ୩୫୦ଟି ୱିକେଟ୍ ନେଇଥିଲେ । ଏଥି ସହିତ ହରଭଜନ ସିଂ ଭାରତରେ ନିଜ କ୍ୟାରିୟରରେ ୨୬୫ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ କପିଲ ଦେବ ଭାରତରେ ଟେଷ୍ଟ ଖେଳିବାବେଳେ ତାଙ୍କ ନାମରେ ମୋଟ ୨୧୯ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ ପ୍ରଥମ ଇନିଂସରେ ଅଶ୍ୱିନ କେବଳ ଗୋଟିଏ ୱିକେଟ୍ ନେଇଥିଲେ, କିନ୍ତୁ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଲଗାତାର ଦୁଇଟି ବଲ୍‌ରେ ୨ଟି ୱିକେଟ୍ ନେଇ ଭାରତରେ ୩୫୧ ୱିକେଟ୍ ନେଇ ରେକର୍ଡ କରିଛନ୍ତି । ବର୍ତ୍ତମାନ ଅଶ୍ୱିନ ଟେଷ୍ଟରେ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇପାରିଛନ୍ତି । 

ଉଲ୍ଲେଖଥାଉ କି, ତାଙ୍କ ଦେଶରେ ଅଧିକାଂଶ ୱିକେଟ୍ ନେଇଥିବା ରେକର୍ଡ ମୁରଲୀଧରନଙ୍କ ନାମରେ ରହିଛି । ଶ୍ରୀଲଙ୍କାର ମୁରଲୀଧରନ୍ ତାଙ୍କ ଦେଶରେ ଅର୍ଥାତ୍ ଶ୍ରୀଲଙ୍କାରେ ଟେଷ୍ଟ ଖେଳିବାବେଳେ ମୋଟ ୪୯୩ ୱିକେଟ୍ ନେଇଛନ୍ତି ।

 

ପ୍ରତ୍ୟେକ ଦେଶରେ ଅଧିକାଂଶ ଟେଷ୍ଟ ୱିକେଟ୍ ନେଇଥିବା ଖେଳାଳି...

୪୯୩ - ମୁରଲୀଧରନ୍ ( ଶ୍ରୀଲଙ୍କା )
୪୩୪ - ଜେମ୍ସ ଆଣ୍ଡରସନ ( ଇଂଲଣ୍ଡ )
୩୫୧- ଅଶ୍ୱିନ ( ଭାରତ ) 
୩୧୯-ସଚିନ ୱାର୍ନ ( ଅଷ୍ଟ୍ରେଲିଆ )
୨୬୧ - ଷ୍ଟେନ୍‌ ( ଦକ୍ଷିଣ ଆଫ୍ରିକା)
୨୨୯-  କୋର୍ଟନି ୱାଲ୍ ( ୱେଷ୍ଟଇଣ୍ଡିଜ୍ )
୨୨୪- ଟିମ୍ ସାଉଥୀ, (ନ୍ୟୁଜିଲ୍ୟାଣ୍ଡ )
୧୬୮ - ଅବଦୁଲ କାଦିର ( ପାକିସ୍ତାନ )


ଅଶ୍ୱିନ ଏସିଆରେ ୪୦୦ ୱିକେଟ୍ ପୂରଣ କରିଛନ୍ତି...

ଏହା ସହିତ ଅଶ୍ୱିନ ଦ୍ୱିତୀୟ ଭାରତୀୟ ବୋଲର ଯିଏକି ଏସିଆରେ ୪୦୦ ୱିକେଟ୍ ନେଇଛନ୍ତି । ତାଙ୍କ ପୂର୍ବରୁ କୁମ୍ବଲେଙ୍କ ନାମରେ ଏହି ରେକର୍ଡ ରହିଛି । କୁମ୍ବଲେ ଏସିଆରେ ମୋଟ ୪୧୯ ୱିକେଟ୍ ନେଇଛନ୍ତି । ଏଥି ସହିତ ମୁରଲୀଧରନ୍ ଏସିଆର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ରହିଛନ୍ତି । ଏସିଆରେ ୬୧୯ ୱିକେଟ୍ ନେବାରେ ମୁରଲୀଧରନ୍ ସଫଳ ହୋଇଛନ୍ତି ।