Paris Olympics 2024: ସୁଟିଂରେ କମାଲ୍, ଫାଇନାଲରେ ରମିତା ଜିନ୍ଦଲ୍

୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଛନ୍ତି ରମିତା ଜିନ୍ଦଲ ।

Paris Olympics 2024

ଚଳିତ ପ୍ୟାରିସ୍ ଅଲିମ୍ପିକରେ ସୁଟିଂରେ ଭାରତୀୟ ସୁଟରଙ୍କ ଜଲୱା ଜାରି । ମନୁ ଭାକରଙ୍କ ପରେ ୧୦ ମିଟର ଏୟାର ରାଇଫଲ ଫାଇନାଲରେ ରମିତା ଜିନ୍ଦଲ । ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଛନ୍ତି ରମିତା । ଆରମ୍ଭରୁ ଦୁଇ ଭାରତୀୟ ମହିଳା ସୁଟର ରମିତା ଜିନ୍ଦଲ ଓ ଇଲାଭେନିଲ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ।

ପ୍ରଥମ ସିରିଜରେ ଇଲାଭେନିଲ ୧୦୫.୮ ପଏଣ୍ଟ ହାସଲ କରି ଚମତ୍କାର ପ୍ରଦର୍ଶନ ସହ ଚତୁର୍ଥ ସ୍ଥାନରେ ରହିଥିଲେ । ସେହିପରି ରମିତା ୧୦୪.୩ ପଏଣ୍ଟ ହାସଲ କରି ପ୍ରଥମ ସିରିଜ ଶେଷ ସୁଦ୍ଧା ୨୨ତମ ସ୍ଥାନରେ ରହିଥିଲେ । ତେବେ ଦ୍ୱିତୀୟ ସିରିଜରେ ରମିତା ଜୋରଦାର କମବ୍ୟାକ କରିବା ସହ ୧୦୬ ପଏଣ୍ଟ ହାସଲ କରିଥିଲେ ଓ ମୋଟ ୨୧୦ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଥିଲେ ।
ଅନ୍ୟପଟେ ଇଲାଭେନିଲ୍ ମଧ୍ୟ ସ୍ଥିର ପ୍ରଦର୍ଶନ ଜାରି ରଖିଥିଲେ । 

ତେବେ ତୃତୀୟ ସିରିଜରେ ୧୦୪.୯ ପଏଣ୍ଟ ହାସଲ କରିବା ପରେ ଦୁଇଟି ସ୍ଥାନ ତଳକୁ ଖସିଯାଇଥିଲେ । ଇଲାଭେନିଲ୍ ୧୦୪.୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନକୁ ଖସିଯାଇଥିଲେ । ପରବର୍ତ୍ତୀ ସେଟ ଗୁଡ଼ିକରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଥିଲା । ରମିତା ଅବଶିଷ୍ଠ ସିରିଜରେ ଦମଦାର କମବ୍ୟାକ୍ କରିଥିଲେ ।

ଅନ୍ୟପଟେ ପ୍ରାରମ୍ଭିକ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା ଇଲାଭେନିଲ୍ ଇଭେଣ୍ଟର ବାକି ସମସ୍ତ ରାଉଣ୍ଡରେ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲେ । ଏମିତି କି ଶେଷ ୫ଟି ସଟ୍ ରେ ଥରେ ମାତ୍ର ୧୦.୫ରୁ ଅଧିକ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଏହାର ପ୍ରଭାବ ଶେଷ ସିରିଜରେ ପଡ଼ିଥିଲା । ସେ ମାତ୍ର ୧୦୩.୮ ପଏଣ୍ଟା ସ୍କୋର କରିପାରିଥିଲେ ।  ଅନ୍ୟପଟେ ପ୍ରାରମ୍ଭିକ ରାଉଣ୍ଡରେ ସାମନ୍ୟ ପଛରେ ପଡ଼ିଥିବା ରମିତା ୧୦୫.୩, ୧୦୫.୩, ୧୦୫.୭ ସ୍କୋର କରିବା ସହ ଫାଇନାଲରେ ଟିକେଟ୍ ହାତେଇଥିଲେ ।