IPLକୁ ପୁଣି ଫେରିଲେ ଦ୍ରାବିଡ୍‌, ରାଜସ୍ଥାନ ରୟାଲ୍ସର ହେଲେ ହେଡ୍‌ କୋଚ୍‌

ରାହୁଲ ଦ୍ରାବିଡ ୨୦୧୫ ପରେ ପ୍ରଥମ ପାଇଁ ରାଜସ୍ଥାନକୁ ଫେରିବେ । ସେ ୨୦୧୨ ଓ ୨୦୧୩ରେ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ ।

Rahul Dravid

ଆଇପିଏଲକୁ ପୁଣି ଫେରିଲେ ରାହୁଲ ଦ୍ରାବିଡ । ଦୀର୍ଘଦିନ ବ୍ୟବଧାନ ପରେ ଦ୍ରାବିଡ ପୁଣିଥରେ ତାଙ୍କ ପୁରୁଣା ଦଳ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି । ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଥିବା ରାହୁଲ ଦ୍ରାବିଡ ଆଇପିଏଲ ୨୦୨୫ ଆରମ୍ଭ ପୂର୍ବରୁ ଏହି ଫ୍ରାଞ୍ଚାଇଜ୍‌ର ମୁଖ୍ୟ କୋଚ୍‌ ଭାବେ ଯୋଗ ଦେଇଛନ୍ତି । ଦ୍ରାବିଡଙ୍କୁ ନେଇ ଦୀର୍ଘଦିନ ହେବ ଆଲୋଚନା ଜାରି ରହିଥିବାବେଳେ ଶୁକ୍ରବାର ଔପଚାରିକ ଭାବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି ।

ରାହୁଲ ଦ୍ରାବିଡ ୨୦୧୫ ପରେ ପ୍ରଥମ ପାଇଁ ରାଜସ୍ଥାନକୁ ଫେରିବେ । ସେ ୨୦୧୨ ଓ ୨୦୧୩ରେ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଆସିବା ପୂର୍ବରୁ ସେ ୨୦୧୪ ଏବଂ ୨୦୧୫ରେ ରାଜସ୍ଥାନର ମେଣ୍ଟର ଓ କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ରାଜସ୍ଥାନ ରୟାଲ୍ସରେ ଯୋଗଦେବା ପରେ ରାହୁଲ ଦ୍ରାବିଡ କହିଛନ୍ତି, 'ମୁଁ ଅନେକ ବର୍ଷ ଧରି' ଘର 'ବୋଲି କହିଥିବା ଫ୍ରାଞ୍ଚାଇଜକୁ ଫେରି ବହୁତ ଖୁସି । ବିଶ୍ୱକପ ପରେ, ମୁଁ ଭାବୁଛି ମୋ ପାଇଁ ଅନ୍ୟ ଏକ ଚ୍ୟାଲେଞ୍ଜ ନେବା ପାଇଁ ଏହା ଉପଯୁକ୍ତ ସମୟ ।

ରାହୁଲ ଦ୍ରାବିଡଙ୍କ ବ୍ୟତୀତ କୁମାର ସାଙ୍ଗାକାରାଙ୍କ ସମର୍ଥନ ମଧ୍ୟ ରାଜସ୍ଥାନ ରୟାଲ୍ସ ସହିତ ରହିବ । ୨୦୨୨ ପରଠାରୁ ରାଜସ୍ଥାନ ଦଳ ସହ ଜଡିତ ଥିବା ସାଙ୍ଗାକା ଆସନ୍ତା ସିଜିନରେ ରାଜସ୍ଥାନର କ୍ରିକେଟ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ଦୁଇ ମହାନ କ୍ରିକେଟରଙ୍କ ମିଶ୍ରଣ ରାଜସ୍ଥାନ ଦଳର ଭାଗ୍ୟ ବଦଳାଇବ କି ନାହିଁ ତାହା କେବଳ ସମୟ କହିବ। ରାଜସ୍ଥାନ ରୟାଲ୍ସ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ରାହୁଲ ଦ୍ରାବିଡଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତି ନେଇ ସୂଚନା ଦେଇଛି ।