Advertisment

ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହୋଇପାରନ୍ତି ରାହୁଲ ଦ୍ରାବିଡ୍

ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି

ଅଦ୍ୟତନ ହୋଇଛି
Rahul Dravid

Rahul Dravid

Advertisment

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଯାହାକି ଭାରତୀୟ କ୍ରିକେଟ ପାଇଁ ଏକ ବଡ଼ ଖବର ବୋଲି କୁହାଯାଉଛି।  

Advertisment

ଚଳିତ ମାସରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି। ଏହାପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି ବୋଲି ଜଣାପଡ଼ିଛି।  

ରାହୁଲଙ୍କୁ କୋଚ୍ କରିବା ନେଇ ବିସିସିଆଇ ଆଗରୁ ଆଗ୍ରହୀ ଥିଲା। କିନ୍ତୁ ରାହୁଲ ଏଥିରେ ରାଜି ନ ଥିଲେ। ହେଲେ ଗତ ରାତିରେ ଆଇପିଏଲ୍ ଫାଇନାଲ୍‌ ବେଳେ ଏ ସମ୍ପର୍କରେ ରାହୁଲଙ୍କ ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି। ଏହା ପରେ ଟିମ୍ ଇଣ୍ଡିଆର କୋଚ୍ ହେବା ପାଇଁ ରାହୁଲ ରାଜି ହୋଇଥିବା ଜଣାପଡ଼ିଛି।  

Advertisment

ବର୍ତ୍ତମାନ ଟିମ୍ ଇଣ୍ଡିଆ ଏକ ଟ୍ରାନ୍‌ଜିସନ୍‌ ଫେଜ୍‌ରେ ଚାଲିଛି। ଏବେ ଯେଉଁ ନୂଆ ଖେଳାଳି ଆସୁଛନ୍ତି, ସେମାନଙ୍କ ସହିତ ଇଣ୍ଡିଆ ଏ ଲେବଲରେ କାମ କରିଛନ୍ତି ରାହୁଲ।  ତେଣୁ ଦ୍ରାବିଡ଼ କୋଚ୍ ହେବା ସବୁ ଦୃଷ୍ଟିରୁ ଭଲ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।  

ସୂଚନାଥାଉ କି, ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏ UAE, ଓମାନ୍‌ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବ। 

Advertisment
Team India Rahul Dravid T20 World Cup India Coach Ravi Shastri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ