Advertisment

କୋହଲିଙ୍କୁ ସ୍ୱତନ୍ତ୍ର କ୍ୟାପ୍‌ ଦେଲେ ତାଙ୍କ ଚାଇଲ୍ଡହୁଡ୍‌ ହିରୋ

୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ଟିମ ଇଣ୍ତିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଏହି ଅବସରରେ କୋହଲିଙ୍କୁ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି।

Virat Kohli

Virat Kohli

Advertisment

କୋହଲିଙ୍କ ନାଁରେ ଆଉ ଏକ ମାଇଲ୍‌ ଖୁଣ୍ଟ । ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ବିରାଟ । ଷଷ୍ଠ ଭାରତୀୟ କ୍ରିକେଟର ଭାବେ ସେ ଟେଷ୍ଟ କ୍ରିକେଟ୍‌ରେ ୮ ହଜାର ରନ୍ ପୂରଣ କରିଛନ୍ତି । ତେବେ ଆଜି ଗୋଟିଏ ଦିନରେ ସେ ଦୁଇଟି ରେକର୍ଡ ନିଜ ନାଁରେ କରିଛନ୍ତି । ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳି ରେକର୍ଡ କରିଥିବା ବେଳେ ଟେଷ୍ଟ କ୍ରିକେଟ୍‌ରେ ୮୦୦୦ ରନ୍‌ କ୍ଲବ୍‌ରେ ମଧ୍ୟ କୋହଲି ସାମିଲ ହେବାର ରେକର୍ଡ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଛନ୍ତି ।

Advertisment

୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ଟିମ ଇଣ୍ତିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଏହି ଅବସରରେ କୋହଲିଙ୍କୁ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି। ଦ୍ରାବିଡ୍ କୋହଲିଙ୍କୁ କ୍ୟାପ୍ ସହ ମୋମେଣ୍ଟୋ ପ୍ରଦାନ କରିଛନ୍ତି। ଏହି ଅବସରରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଭାଇ ବିକାଶ କୋହଲି, ତାଙ୍କ ପିଲାବେଳ କୋଚ୍‌ ରାଜକୁମାର ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ, କୋଷାଧ୍ୟକ୍ଷ ଅରୁଣ ଧୂମଲ ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଉପସ୍ଥିତ ଥିଲେ।

ଦ୍ରାବିଡ୍‌ ଏହି ଅବସରରେ କୋହଲିଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ଖୁବ୍ ପ୍ରଶଂସା କରିଥିଲେ । ଦ୍ରାବିଡ କହିଥିଲେ ଯେ, ପ୍ରଥମ ଟେଷ୍ଟରୁ ହିଁ କୋହଲି ଭଲ ପ୍ରଦର୍ଶନ ଓ ନିଷ୍ଠା ବଳରେ ଆଜି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। କୋହଲି ମଧ୍ୟ ଏହି ବିଶେଷ ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ ପିଢିଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। କୋହଲି କହିଛନ୍ତି ‘ଏହା ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ। ମୋ ପତ୍ନୀ ଓ ମୋ ଭାଇ ଏଠାରେ ଉପସ୍ଥିତ ଅଛନ୍ତି। ସମସ୍ତେ ମୋ ପାଇଁ ଗର୍ବିତ। ଏହା ଏକ ଟିମ୍ ଖେଳ ଏବଂ ଆପଣଙ୍କ ବିନା କିଛି ବି ସମ୍ଭବ ନୁହେଁ।’ ଏହି ଅବସରରେ କୋହଲି ବିସିସିଆଇକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Advertisment

ଦିନକ ତଳେ କୋହଲି ନିଜ ପତ୍ନୀ ଅନୁଷ୍କାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। କୋହଲି କହିଥିଲେ, ଅନୁଷ୍କାଙ୍କ ଭଳି ପତ୍ନୀ ମିଳିଥିବାରୁ ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ। ସେ ମୋ ଶକ୍ତିର ଉତ୍ସ। ତାଙ୍କ ଆସିବା ପରେ ମୋ ଜୀବନ ଆହୁରି ଭଲ ହୋଇଥିଲା। ବିରାଟ ଆହୁରି କହିଥିଲେ ଯେ ସେ ଭାରତ ପାଇଁ ୧୦୦ ଟେଷ୍ଟ ଖେଳିବେ ବୋଲି କେବେ ବି ଭାବିନଥିଲେ।

Advertisment

ଜୁନ୍ ୨୦, ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗଷ୍ଟନରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା କୋହଲି ଦ୍ୱାଦଶ ଭାରତୀୟ କ୍ରିକେଟର୍ ଭାବେ ୧୦୦ ଟେଷ୍ଟ କ୍ଲବରେ ସାମିଲ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ଭାରତର ସଚିନ ତେନ୍ଦୁଲକର (୨୦୦), ରାହୁଲ୍ ଦ୍ରାବିଡ୍ (୧୬୩), ଭିଭିଏସ୍ ଲକ୍ଷ୍ମଣ (୧୩୪), ଅନୀଲ କୁମ୍ବଲେ (୧୩୨), କପିଲ ଦେବ (୧୩୧), ସୁନୀଲ ଗାଭାସ୍କର (୧୨୫), ଦିଲୀପ ଭେଙ୍ଗସରକାର (୧୧୬), ସୌରଭ ଗାଙ୍ଗୁଲି (୧୧୩), ଈଶାନ୍ତ ଶର୍ମା (୧୦୫), ହରଭଜନ ସିଂହ (୧୦୩), ବୀରେନ୍ଦ୍ର ସେହ୍ୱାଗ (୧୦୩) ୧୦୦ ଟେଷ୍ଟ ଖେଳିସାରିଛନ୍ତି।

Virat Kohli Rahul Dravid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ