Advertisment

ଅଭାବ ଯୋଗୁଁ ଅଧାରୁ ପାଠପଢା ଛାଡ଼ିଦେଇଥିଲେ ପ୍ରମୋଦ

ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍‌ ମରାମତି ଦୋକାନ।

undefined

Pramod Bhagat

Advertisment

ବରଗଡ଼: ସାଧାରଣ ସଂଘର୍ଷରତ ମଣିଷରୁ କ୍ରୀଡ଼ା ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ। ଅଭାବ, ଅନଟନ ଏବଂ ସର୍ବୋପରି ଅକ୍ଷମତାର ଅର୍ଘଳିରୁ ବାହାରି ଅଲିମ୍ପିକ କ୍ରୀଡ଼ା ମହାକୁମ୍ଭରେ ସ୍ୱର୍ଣ୍ଣିମ ସଫଳତା। ଟୋକିଓ ପାରା ଅଲିମ୍ପିକରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଆଣି ଖାଲି ରାଜ୍ୟବାସୀଙ୍କ ମୁହଁରେ ହସ ନୁହେଁ, ପୁରା ଦେଶର ନାଁକୁ ଉଜ୍ୱଳମୟ କରିଛନ୍ତି ଓଡିଶାର ଉଦୀୟମାନ ପାରା ଆଥଲେଟ୍ ପ୍ରମୋଦ ଭଗତ। ତେବେ ପ୍ରମୋଦଙ୍କ ଏ ସଫଳତା ରାତି ଅଧିଆ ନୁହେଁ, ଅଲିମ୍ପିକ୍ସରେ ପଦକଟିଏ ପାଇଁ ଦୀର୍ଘ ୧୫ ବର୍ଷ ତଳୁ ଆରମ୍ଭ ହୋଇଥିଲା ସଂଘର୍ଷ ମାତ୍ର ୫ ବର୍ଷ ବୟସରୁ ପୋଲିଓ ଆକ୍ରାନ୍ତ ହୋଇ ଅକ୍ଷମତାର ଶିକାର ହୋଇଥିଲେ ବି ବ୍ୟାଡମିଣ୍ଟନ ପ୍ରତି ଥିଲା ଅହେତୁକ ଦୁର୍ବଳତା। ୧୩ ବର୍ଷ ବୟସରୁ ରାକେଟ୍ ଆଉ କର୍କ ପ୍ରେମରେ ପଡ଼ିବା ପରେ ଆଉ ସେ ପଛକୁ ଫେରିନଥିଲେ। ଆରମ୍ଭ ହୋଇଥିଲା ଏ ଖେଳ ପ୍ରତି ଉତ୍ସର୍ଗୀକୃତ ଜୀବନ।

Advertisment

ମୂଳ ବିହାର ନିବାସୀ ପ୍ରମୋଦଙ୍କ ବାପା କୈଳାସ ଭଗତ ଅତାବିରାରେ ଏକ ରାଇସ୍ ମିଲ୍‌ରେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ୪ ପୁଅଙ୍କ ଭିତରୁ ମଝିଆ ପ୍ରମୋଦ ଅତାବିରାରୁ ସ୍କୁଲ ଓ କଲେଜ୍ ଶିକ୍ଷା ପରେ ହୀରାକୁଦରେ ଆଇଟିଆଇ ଶିକ୍ଷା ପାଇଁ ମନ ବଳାଇଥିଲେ। ହେଲେ ଅର୍ଥ ସାଜିଥିଲା ବାଧକ। ଫଳରେ ଅଧାରୁ ଆଇଟିଆଇ ପାଠ ଛାଡ଼ିଥିଲେ। ଏଣେ ଅଭାବି ପରିବାରର ତେଲଲୁଣ ସଂସାର ଚଳାଇବାକୁ ଅତାବିରା ରାସ୍ତାକଡ଼ରେ ଆରମ୍ଭ କରିଥିଲେ ଏକ ଛୋଟିଆ ଇଲେକଟ୍ରିକ୍ ମରାମତି ଦୋକାନ।

ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍‌ ମରାମତି ଦୋକାନ।

Advertisment

ନିଜ ଦେଢ ଦଶନ୍ଧିର ଖେଳ କ୍ୟାରିୟର ଭିତରେ ପ୍ରମୋଦ ଜିଣିିଛନ୍ତି ୫୦ରୁ ଅଧିକ ପଦକ। ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟାନସିପରେ ଚାରି ଚାରି ଥର ଚାମ୍ପିୟନ ହୋଇଛନ୍ତି। ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତି ୨୦୧୯ରେ ଅର୍ଜୁନ ପୁରସ୍କାରର ଅଧିକାରୀ ବି ହୋଇଛନ୍ତି। ତେବେ ବିଶ୍ୱର ସମସ୍ତ ବଡ଼ ପ୍ରତିଯୋଗିତାକୁ କରାୟତ୍ତ କରିସାରିଥିଲେ ବି ଶେଷ ସ୍ୱପ୍ନ ଥିଲା ଅଲିମ୍ପିକ୍ ପଦକ। ଆଉ ତାକୁ ବି ସ୍ୱର୍ଣ୍ଣରେ ସମାପ୍ତ କରି ନିଜ ଅଧୁରା ସ୍ୱପ୍ନକୁ ପ୍ରମୋଦ ପୁରା କରିଛନ୍ତି।

ରିପୋର୍ଟ: ଦୀପକ ଶର୍ମା ଏବଂ ନିରଞ୍ଜନ ରେଡ୍ଡୀ

Pramod Bhagat Odisha News Tokyo 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ