Advertisment

ପ୍ରମୋଦ ଭଗତଙ୍କୁ ଖେଳରତ୍ନ, ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅର୍ଜୁନ ପୁରସ୍କାର

ଟୋକିଓ ପାରା ଅଲମ୍ପିକର ସ୍ୱର୍ଣ୍ଣପଦକ ବିଜେତା ତଥା ଓଡିଶା ମାଟିର ଗୌରବ ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଗଲା । ପ୍ରମୋଦଙ୍କ ସମେତ ଟୋକିଓ ଅଲମ୍ପିକର ବ୍ରୋଞ୍ଜପଦକ ବିଜେତା ଭାରତ ଦଳର ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଗଲା ।

Pramod Bhagat Recieve KhelRatna

Pramod Bhagat Recieve KhelRatna

Advertisment

ନୂଆଦିଲ୍ଲୀ: ଟୋକିଓ ପାରା ଅଲମ୍ପିକର ସ୍ୱର୍ଣ୍ଣପଦକ ବିଜେତା ତଥା ଓଡିଶା ମାଟିର ଗୌରବ ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଗଲା । ପ୍ରମୋଦଙ୍କ ସମେତ ଟୋକିଓ ଅଲମ୍ପିକର ବ୍ରୋଞ୍ଜପଦକ ବିଜେତା ଭାରତ ଦଳର ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଗଲା । ଏହା ବ୍ୟତିତ ଦେଶର ସର୍ବ ଶ୍ରେଷ୍ଠ ଓ ଉତ୍ତମ ଖେଳାଳୀଙ୍କୁ ଜାତୀୟ କ୍ରିଡ଼ା ପୁରସ୍କାରରେ ସମ୍ମାନିତ କରାଗଲା ।

Advertisment

ଟୋକିଓ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ଜାଭଲିନ୍ ପ୍ଲେୟାର ନିରଜ ଚୋପ୍ରା ସମେତ ଅବନୀ ଲେଖରା, ମନୀଷ ନରଓ୍ବାଲ, ଭାରତୀୟ ହକି ଟିମ୍ ଅଧିନାୟକ ମନପ୍ରୀତ ସିଂହ, ଫୁଟବଲ ଟିମ୍ କ୍ୟାପଟେନ୍ ସୁନୀଲ ଛେତ୍ରୀଙ୍କୁ ମଧ୍ୟ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଗଲ । ସେହିଭଳି ଓଡିଆ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ବକ୍ସର ସିମରଜିତ୍ କୌର, କ୍ରିକେଟର ଶିଖର ଧୱନ, ଟେନିସ୍ ଖେଳାଳି ଅଙ୍କିତା ରୈନାଙ୍କ ଭଳି ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଦୁଇଟି ପର୍ଯ୍ୟାୟରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଥିଲେ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ଜାଭଲିନ୍ ପ୍ଲେୟାର ନିରଜ ଚୋପ୍ରା । କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅଗଣିତ କରତାଳିରେ ନିରଜଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୨ ଟି ଖେଳରତ୍ନ ସହ ୩୫ ଟି ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।

Advertisment

କୋଭିଡ -୧୯ ମହାମାରୀ ହେତୁ ଗତ ବର୍ଷ ଏହି କାର୍ଯ୍ୟକ୍ରମ ଅନଲାଇନରେ ଆୟୋଜିତ ହୋଇଥିଲା । କିନ୍ତୁ ଏଥର ପୂର୍ବପରି ରାଷ୍ଟ୍ରୀପତି ଭବନରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ପ୍ରତିବର୍ଷ ଅଗଷ୍ଟ ୨୯ ରେ ହକି ୱିଜାର୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ଏହି ସମାରୋହ ଅନୁଷ୍ଠିତ ହୋଇଥାଏ, କିନ୍ତୁ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହା ସ୍ଥଗିତ ରଖାଯାଇଥିଲା । ଖେଲ ରତ୍ନ ପୁରସ୍କାରରେ ୨୫ ଲକ୍ଷ ଟଙ୍କା ପୁରସ୍କାର, ପଦକ ଏବଂ ସମ୍ମାନ ପ୍ରମାଣପତ୍ର ରହିଥିଲା । ଅର୍ଜୁନ ପୁରସ୍କାରରେ ୧୫ ଲକ୍ଷ ଟଙ୍କା ପୁରସ୍କାର, ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଏବଂ ସମ୍ମାନ ପ୍ରମାଣପତ୍ର ରହିଥିଲା ।

Arjuna Award Khel Ratna Sports Event
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ