Advertisment

ମ୍ୟାଚ୍‌ ଅଧାରୁ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ

ଗତକାଲି ଇଣ୍ଡିଆନ୍ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ୍‌ ଧରି ବ୍ୟାଘାତ ହୋଇଥିଲା ମ୍ୟାଚ୍‌।

ଅଦ୍ୟତନ ହୋଇଛି
Kalinga Stadium Match

Power Cut In Kalinga Stadium During Match

Advertisment

ମ୍ୟାଚ୍‌ ଚାଲିଥିଲା, ହେଲେ ମ୍ୟାଚ୍‌ ଅଧାରୁ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ। ଫଳରେ ୧୫ ମିନିଟ୍‌ ଧରି ବନ୍ଦ ରହିଲା ମ୍ୟାଚ୍। ଗତକାଲି ଇଣ୍ଡିଆନ୍ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ୍‌ ଧରି ବ୍ୟାଘାତ ହୋଇଥିଲା ମ୍ୟାଚ୍‌। 

Advertisment

ଓଡ଼ିଶା ଏଫସି ଓ ଚେନ୍ନାଇ ଏଫସି ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ର ୮୮ ମିନିଟରେ ପ୍ରଥମେ ଗୋଟିଏ  ଟାଓ୍ୱାରର ବିଦ୍ୟୁତ୍‌ କଟି ଯାଇଥିଲା। ପରବର୍ତ୍ତୀ  ୩-୪ ମିନିଟ ମଧ୍ୟରେ ଅନ୍ୟ ସମସ୍ତ ଟାଓ୍ୱାର ୧୫ ମିନିଟ ପର୍ଯ୍ୟନ୍ତ ଅନ୍ଧାର ହୋଇଯାଇଥିଲା। ଲାଇଟ ସଜଡ଼ା ହେବା ପରେ ପୁଣି ମ୍ୟାଚ୍ ଖେଳାଯାଇଥିଲା।

ମ୍ୟାଚ୍‌ରେ ଚେନ୍ନାଇକୁ ୩-୨ ଗୋଲ୍‌ରେ ହରାଇ ଓଡ଼ିଶା ଏଫ୍‌ସି ବିଜୟୀ ହୋଇଥିଲା। ଏହା ପୂର୍ବରୁ ISL ମ୍ୟାଚ୍ ହେଉ କିମ୍ବା ହକି ଇଣ୍ଡିଆ ଲିଗ୍ ବେଳେ ବି ଅନ୍ଧାକାର ହୋଇଯାଇଥିଲା କଳିଙ୍ଗ ଷ୍ଟାଡିୟମ୍। କ୍ରୀଡ଼ା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ମ୍ୟାଚ୍‌ ଅଧାରେ ବାରମ୍ବାର ଏଭଳି ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରୀଡ଼ାପ୍ରେମୀ।   

Advertisment

ମ୍ୟାଚ୍ ପୂର୍ବରୁ ଫ୍ଲଡ୍‌ ଲାଇଟ୍‌ର ଯାଞ୍ଚ ହୋଇଥିଲା କି ? ହଠାତ ଫ୍ଲଡ୍ ଲାଇଟ୍ ଫ୍ୟୁଜ୍‌ ହେବାର କାରଣ କ’ଣ ? ସମୟ ବ୍ୟବଧାନରେ ଫ୍ଲଡ୍‌ ଲାଇଟ୍‌ର ମରାମତି ହେଉ ନାହିଁ କି ?  ଆଗକୁ ହକି ଓ୍ୱାର୍ଲଡ୍‌ କପ୍ ଅଛି। ଦେଶ ବିଦେଶ ଖେଳାଳି ଓ ଦର୍ଶକ ଓଡ଼ିଶା ଆସିବେ। ୫ କୋଟି ୩୯ ଲକ୍ଷ ବ୍ୟୟରେ ଫ୍ଲଡ୍ ଲାଇଟ ଲଗାଇଯାଇଥିବା ବେଳେ, ଅଧା ମ୍ୟାଚ୍‌ରୁ ଘଟିଥିବା ଏଭଳି ଅଘଟଣକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Kalinga Stadium Indian Super League
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ