Advertisment

ପୁତିନଙ୍କ ଯୋଗୁଁ ଫଶିଗଲେ ୱାର୍ଲ୍ଡକପ୍ ହଟେଷ୍ଟ୍ ଫ୍ୟାନ୍; ଦେଖିବାକୁ ମିଳିବନି ତାଙ୍କ ଝଲକ

ଆଡଲ୍ଟ ତାରକା ନତାଲ୍ୟା ନେମଚିନୋଭାଙ୍କୁ କତାରରେ ଆୟୋଜିତ ବିଶ୍ୱକପ୍ରେ ଦେଖିବାକୁ ମିଳିବ ନାହିଁ। ପୁତିନଙ୍କ ଭୁଲ୍ ଯୋଗୁଁ ସେ ଫଶିଯାଇଛନ୍ତି। ଫଳରେ ପ୍ରଶଂସକମାନେ ନେମଚିନୋଭାଙ୍କ ଝଲକ ଦେଖିବାକୁ ସୁଯୋଗ ପାଇବେ ନାହିଁ।

ଅଦ୍ୟତନ ହୋଇଛି
Porn Star Natalya Nemchinova

Porn star Natalya nemchinova wont be in qatar

Advertisment

ଫୁଟବଲ୍ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି। ଦୁନିଆର ଏହି ବଡ ଆୟୋଜନ ଉପରେ ସମସ୍ତଙ୍କ ନଜର। ଅନେକ ସେଲିବ୍ରିଟି ମଧ୍ୟ ଏଠାକୁ ଆସନ୍ତି। କିନ୍ତୁ ଏଥର ଆଡଲ୍ଟ ତାରକା ତଥା ଫୁଟବଲର ସବୁଠାରୁ ବଡ ହଟ୍‌ ପ୍ରଶଂସକ ନତାଲ୍ୟା ନେମଚିନୋଭା କତାରରେ ଆୟୋଜିତ ବିଶ୍ୱକପ୍‌ରେ ଦେଖିବାକୁ ମିଳିବେ ନାହିଁ। ୨୦୧୮ ବିଶ୍ୱକପ୍ ବେଳେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Advertisment

ରିପୋର୍ଟ ଅନୁଯାୟୀ, ପୁଟିନଙ୍କ ୟୁକ୍ରେନ ଉପରେ ଆକ୍ରମଣ ହେତୁ ନତାଲ୍ୟା ନେମଚିନୋଭାଙ୍କ କତାରରେ ଆୟୋଜିତ ୨୦୨୨ ବିଶ୍ୱକପ୍‌ରେ ଭାଗ ନେଇ ପାରିବେ ନାହିଁ। ନେମଚିନୋଭା ଋଷର ଆଡଲ୍ଟ ଦୁନିଆରେ ଜଣେ ଜଣାଶୁଣା ନାଁ। ସାଉଦି ଆରବ ବିପକ୍ଷ ଋଷର ମ୍ୟାଚ୍ ସମୟରେ ତାଙ୍କ ଫଟୋଗ୍ରାଫ୍ ପରେ ସେ ଚର୍ଚ୍ଚାର କାରଣ ହୋଇଥିଲେ।

ଅଧିକ ପଢ଼ନ୍ତୁ: ବିଶ୍ୱକପ୍ ‌ଆୟୋଜନ ପାଇଁ ୩ ଶହ ବିଲିୟନ୍ ଡଲାର ଖର୍ଚ୍ଚ, ଖେଳାଳିଙ୍କ ରହଣି ପାଇଁ ଲକ୍‌ଜୁରୀ କ୍ରୁଜ୍‌

Advertisment

ନେମଚିନୋଭା ଜଣେ ଋଷର ଫୁଟବଲ୍ ପ୍ରଶଂସକ। ଲୁଜନିକି ଷ୍ଟାଡିୟମରେ ଧଳା ସର୍ଟ ପିନ୍ଧିଥିବା ନଜର ଆସିବା ପରେ ସେ ୨୦୧୮ରେ ଖୁବ୍ ଭାଇରାଲ ହୋଇଥିଲେ। ମିଶର ଉପରେ ଋଷର ବିଜୟ ବେଳେ ନେମଚିନୋଭାଙ୍କୁ ପୁଣି ଦେଖିବାକୁ ମିଳିଥିଲା। ଏହା ପରେ ଅନେକ ଲୋକ ଜାଣିବାକୁ ପାଇଲେ ଯେ ସେ ଆଡଲ୍ଟ ଚଳଚ୍ଚିତ୍ରର ଅଭିନେତ୍ରୀ।

ଗତ ବିଶ୍ୱକପ ବେଳେ ସେ କହିଥିଲେ, “ୟୁରୋ ୨୦୧୨ ପରେ ମୁଁ ସୁପରଫ୍ୟାନ ହୋଇଗଲି, ମୁଁ ପୋଲାଣ୍ଡରେ ଥିଲି ଏବଂ ଏହା ମୋର ପ୍ରଥମ ଫ୍ୟାନ୍ ଟ୍ରିପ୍ ଥିଲା। ମୁଁ ପ୍ରକୃତରେ ମୋର ଜାତୀୟ ଦଳକୁ ସମର୍ଥନ କରେ। ୟୁରୋ ୨୦୧୬ ବେଳେ ମୁଁ ପୋଲାଣ୍ଡ, ବ୍ରାଜିଲ ଏବଂ ଫ୍ରାନ୍ସରେ ଥିଲି।”

Advertisment

ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସମଗ୍ର ବିଶ୍ୱ ଦ୍ୱାରା ନିନ୍ଦିତ ହୋଇଥିଲା ଏବଂ ଫିଫା ସମେତ ଅନେକ ସଂଗଠନ କ୍ରୀଡ଼ା ଉପରେ କଟକଣା ଲଗାଇଥିଲେ। ବିଶ୍ୱକପ୍ ପ୍ଲେ ଅଫ୍ ସେମିଫାଇନାଲରେ ଋଷ ପୋଲାଣ୍ଡକୁ ମୁହାଁମୁହିଁ ହେବାର ଥିଲା, କିନ୍ତୁ ଆକ୍ରମଣ ପରେ ପିଲିଶ୍ ଏଫ୍‌ଏ ଏବଂ ଖେଳାଳିମାନେ ସ୍ପଷ୍ଟ କରିଥିଲେ ଯେ ସେମାନେ ଋଷ ବିପକ୍ଷରେ ଖେଳିବାକୁ ଚାହୁଁନାହାଁନ୍ତି।

ପରବର୍ତ୍ତୀ ସମୟରେ ତାକୁ ବିଶ୍ୱକପ୍‌ରୁ ବାହାର କରିଦିଆଗଲା। ଫଳରେ କତାରରେ ହେବାକୁ ଥିବା ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବାର ଆଶା ମଉଳି ଯାଇଛି। ଫଳରେ ପ୍ରଶଂସକମାନେ ନେମଚିନୋଭାଙ୍କ ଝଲକ ଦେଖିବାକୁ ସୁଯୋଗ ପାଇବେ ନାହିଁ।

Football Football World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ