Advertisment

କୋହଳ ହେଲା କଟକଣା: ପଡ଼ିଆକୁ ଓହ୍ଲାଇଲେ ଖେଳାଳି

ଆଉଟ୍‌ଡୋର ସହ ଇନଡୋର ଗେମ୍ସକୁ ବି ମିଳିଛି ଅନୁମତି। ଏହାପରେ ଆରମ୍ଭ ହୋଇଯାଇଛି ଅଭ୍ୟାସ। ବ୍ୟାଡମିଣ୍ଟନ, କରାଟେ, ଜୁଡୋ, ତାଇକୋଣ୍ଡ ଏବଂ ସନ୍ତରଣ ବର୍ଗରେ ଖେଳାଳି ପ୍ରାକ୍ସିସକୁ ଫେରିଛନ୍ତି

କୋହଳ ହେଲା କଟକଣା: ପଡ଼ିଆକୁ ଓହ୍ଲାଇଲେ ଖେଳାଳି

OCA Game

Advertisment

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ଓଡ଼ିଶା କ୍ରିକେଟ ଆସୋସିଏସନର ଘରୋଇ ସିଜିନ ଆରମ୍ଭ ହେଉଛି। ଏଥି ସହିତ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ମଧ୍ୟ ବିଭିନ୍ନ କ୍ରୀଡାସୂଚୀ ପ୍ରକାଶ ପାଇଛି। ଦୁଇ ମାସରୁ ଅଧିକ ଦିନ ଲକଡାଉନରେ ରହିବା ପରେ ଖେଳ ପଡ଼ିଆକୁ ଫେରିଛନ୍ତି ଖେଳାଳି।

Advertisment

କ୍ରିକେଟ୍ ପଡିଆ ହେଉ କି ଫୁଟବଲ ଫିଲ୍ଡ, ସବୁ ଜଙ୍ଗଲୀ ଘାସରେ ସାଲୁବାଲୁ ଦୁଇ ମାସରୁ ଅଧିକ ସମୟ ଧରି ଖେଳାଳିଙ୍କ ପାଦ ନପଡ଼ିବାରୁ ଖେଳ ପଡ଼ିଆର ସ୍ଥିତି ଖରାପ ହୋଇଗଲାଣି। ହେଲେ ଏବେ ଅନୁମତି ମିଳିବା ପରେ ପଡ଼ିଆରେ ଆରମ୍ଭ ହୋଇଛି ଘାସ ବଛା। ସଫା ହେଉଛି ଗ୍ରାଉଣ୍ଡ। ପଡିଆ ପ୍ରସ୍ତୁତ ଆଉ ଖେଳାଳି ବି ପ୍ରସ୍ତୁତ ହେଲେଣି। ମୈଦାନକୁ ଓହ୍ଲାଇଛନ୍ତି ଜାତୀୟ ସ୍ତରର ଖେଳାଳି। ରାଜଧାନୀ ଭୁବନେଶ୍ୱରରେ ଥିବା ୧୫ରୁ ଅଧିକ କ୍ରିକେଟ୍ କ୍ଲବ ଏବଂ ୨୦ରୁ ଅଧିକ ଫୁଟବଲ କ୍ଲବର ଖେଳାଳି ଏବେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଆଉ ଦୀର୍ଘ ଦିନ ପରେ ଖେଳ ପଡ଼ିଆକୁ ଓହ୍ଲାଇବା ପରେ ଖେଳାଳିଙ୍କ ଖୁସି କହିଲେ ନସରେ।

Advertisment

ଆଉଟ୍‌ଡୋର ସହ ଇନଡୋର ଗେମ୍ସକୁ ବି ମିଳିଛି ଅନୁମତି। ଏହାପରେ ଆରମ୍ଭ ହୋଇଯାଇଛି ଅଭ୍ୟାସ। ବ୍ୟାଡମିଣ୍ଟନ, କରାଟେ, ଜୁଡୋ, ତାଇକୋଣ୍ଡ ଏବଂ ସନ୍ତରଣ ବର୍ଗରେ ଖେଳାଳି ପ୍ରାକ୍ସିସକୁ ଫେରିଛନ୍ତି। ସେହିପରି ଆଗାମୀ ଜିଲ୍ଲା ଏବଂ ଜାତୀୟ ସ୍ତରର ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେଉଛନ୍ତି ଉଦୀୟମାନ କ୍ରୀଡାବିତ।

ତେବେ କୋଭିଡ କଟକଣାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀଙ୍କୁ ନିଜ ନିଜ ଘରକୁ ପଠାଇଦେଇଥିଲେ। ଏବେ କଟକଣା କୋହଳ ହେବା ପରେ ଖୁବଶୀଘ୍ର ସମସ୍ତେ ନିଜ ନିଜ ହଷ୍ଟେଲକୁ ଫେରିବେ ଏବଂ ପୁଣି କୋଳାହଳମୟ ହେବ ଷ୍ଟାଡିୟମ୍। ତେବେ କରୋନା ମହାମାରୀ ରାଜ୍ୟରେ ବଢିଥିବା କାରଣରୁ ରାଜ୍ୟ ସରକାର ଲକଡାଉନ୍‌ କରିବା ସହ ଅନେକ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେଣୁ ଖେଳ ବନ୍ଦ ରହିଥିଲା।

Advertisment
Coronavirus OCA COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ