Paris Olympics 2024: ଫାଇନାଲରେ ଆଉଜଣେ ଭାରତୀୟ, ବଢ଼ିଲା ପଦକ ଆଶା

ସୁଟିଂରେ ବଢ଼ିଲା ଆଉ ଏକ ପଦକ ଆଶା । ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ସୁଟର ଅର୍ଜୁନ ବବୁତା ।

Paris olympics 2024

ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ସୁଟରଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି । ମନୁ ଭାକର ବ୍ରୋଞ୍ଜ ପଦକ ଜିତିବା ପରେ ସୁଟିଂରେ ଆଉ ଏକ ପଦକ ସମ୍ଭାବନା ବଢ଼ିଛି । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସୁଟର ଅର୍ଜୁନ ବବୁତା । ରବିବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଭାରତୀୟ ସୁଟର ଅର୍ଜୁନ ସମସ୍ତ ସ୍ଥାନରେ ରହିବା ସହ ଫାଇନାଲ ଟିକେଟ ହାତେଇଛନ୍ତି । 

୨୫ ବର୍ଷୀୟ ବବୁତା ସମସ୍ତ ସିରିଜରେ ୧୦୫.୭, ୧୦୪.୯, ୧୦୫.୫, ୧୦୫.୪, ଓ ୧୦୪.୦ ପ୍ରଦର୍ଶନ କରି ମୋଟ ୬୩୦.୧ ପଏଣ୍ଟ ହାସଲ କରିଛନ୍ତି । ୮ ସୁଟରଙ୍କୁ ନେଇ ସୋମବାର ଏହି ଇଭେଣ୍ଟର ଫାଇନାଲ ବା ମେଡାଲ ମ୍ୟାଚ ଖେଳାଯିବ । 
ଶନିବାର ମିକ୍ସଡ ଟିମ୍ ଇଭେଣ୍ଟରେ ରମିତା ଜିନ୍ଦଲଙ୍କ ସହ ଅର୍ଜୁନ ଫାଇନାଲ ରାଉଣ୍ଡରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଷଷ୍ଠ ସ୍ଥାନରେ ରହିଥିଲେ ଏହି ଯୋଡ଼ି । 

ଚଳିତ ପ୍ୟାରିସ ଅଲିମ୍ପିକରେ ଭାରତ ପଦକ ଖାତା ଖୋଲିସାରିଛି । ସୁଟିଂ ଇଭେଣ୍ଟରେ ଅଲମ୍ପିକ୍ ମେଡାଲ ଜିତି ଇତିହାସ ରଚିଛନ୍ତି ଯୁବ ସୁଟର ମନୁ ଭାକର । ୨୦୦୪ ପରେ ୨୦ ବର୍ଷ ପରେ ବ୍ୟକ୍ତିଗତ ଇଭେଣ୍ଟରେ ସେ ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସ ସୁଟିଂ ଫାଇନାଲରେ ଖେଳିବାର ରେକର୍ଡ ମଧ୍ୟ କରିଛନ୍ତି ।