Advertisment

ଭାରତକୁ ଷଷ୍ଠ ପଦକ ! ଫ୍ରି ଷ୍ଟାଇଲ୍ ରେସଲିଂରେ ଅମନ ସେରାୱତଙ୍କୁ ବ୍ରୋଞ୍ଜ

ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ୫ ବ୍ରୋଞ୍ଜ, ଗୋଟିଏ ସିଲଭର । ଅମନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

ଅଦ୍ୟତନ ହୋଇଛି
Paris Olympics

Paris Olympics

Advertisment

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ। ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ଅମନ୍ ହେଉଛନ୍ତି ସପ୍ତମ ଭାରତୀୟ ରେସଲର।

Advertisment

ସେମିଫାଇନାଲ ମ୍ୟାଚରେ ଜାପାନ ପ୍ରତିଯୋଗୀଙ୍କଠୁ ୦-୧୦ରେ ହାରିଥିଲେ ଅମନ ସେରାୱତ। କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ଆଜି ସୁଦ୍ଧା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଛି। ଯେଉଁଥିରେ ୫ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ରହିଛି। କୁସ୍ତିରେ ଭାରତର ଅମନ୍ ସେରାୱତ ବ୍ରୋଞ୍ଜ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୋଦି ଲେଖିଛନ୍ତି, ସାରା ଭାରତ ଏହି ସଫଳତାର ଉତ୍ସବ ପାଳନ କରୁଛି। 

ଅନ୍ୟପଟେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଗତକାଲି ତାଙ୍କ କାହାଣୀ କହିଛନ୍ତି । ‘ମୁଁ ଅସୁସ୍ଥ ଥାଇ ସୁଦ୍ଧା ୨୦୨୨ରେ ୮୯.୯୪ ଦୂରାତାକୁ ଜାଭେଲିନ ଫିଙ୍ଗିଥିଲି। ଯେତେବେଳେ ମୁଁ ଜାଭେଲିନ ଫିଙ୍ଗେ ମୋର ୫୦ ପ୍ରତିଶତ ଦୃଷ୍ଟି ମୋର ସେହି ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ନିବଦ୍ଧ ଥାଏ। ଗତ ବର୍ଷ ଅପରେସନ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ମୁଁ ଏତେ ବାଟ ଚଳେଇ ଦେଲିଣି। ଅବଶ୍ୟ ସେବଠାରୁ ଚିକିତ୍ସା ଚାଲିଛି। କିନ୍ତୁ ଏବେ ଆମକୁ ଏକ ବଡ଼ ନିଷ୍ପତ୍ତି ନେବାକୁ ହେବ। କାରଣ ଏହା କ୍ରୀଡ଼ା ପାଇଁ ଠିକ୍ ନୁହେଁ। ଲମ୍ବା କ୍ୟାରିୟର ପାଇଁ ଫିଟ୍ ଓ ସୁସ୍ଥ ରହିବାକୁ ପଡ଼ିବ।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ତାଙ୍କର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥ୍ରୋ କରିଥିଲେ। ସେ ୮୯.୪୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ତେବେ ଏହା ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଯଥେଷ୍ଟ ନଥିଲା। ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ଅଲିମ୍ପିକ୍ସରେ ତାଙ୍କର ଏହି ଥ୍ରୋ ରେକର୍ଡ ହୋଇଗଲା। ପୂର୍ବରୁ କୌଣସି ଅଲିମ୍ପିକ୍ସରେ କେହି ଏତେ ଦୂର ଜାଭେଲିନ ଫିଙ୍ଗି ନଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ