Advertisment

ଡେପୁଟି କଲେକ୍ଟର ହେବା ମୋର ଲକ୍ଷ୍ୟ: ପ୍ରମୋଦ ଭଗତ

ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଭଲ ହେବ କହିଛନ୍ତି ପ୍ରମୋଦ। ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।

undefined

Pramod Bhagat

Advertisment

ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଆଜି ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ରାଶିର ଚେକ୍ ପ୍ରଦାନ କରିଛନ୍ତି।

Advertisment

ସେପଟେ ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରତିକ୍ରିୟା ରଖି ପ୍ରମୋଦ ଭଗତ ଡେପୁଟୀ କଲେକ୍ଟର ହେବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। ପ୍ରମୋଦ କହିଛନ୍ତି- ବହୁ ଘାତ, ପ୍ରତିଘାତ ଦେଇ ଆଗକୁ ଆସି ଆଜି ସ୍ୱର୍ଣ୍ଣ ଜିତିଛି। ମୋ ସଫଳତା ପଛରେ ମୋ ଗାଁ ଲୋକ, କୋଚଙ୍କ ଅବଦାନ ରହିଛି। ଡେପୁଟୀ କଲେକ୍ଟର ହେବାକୁ ଆଗରୁ ସ୍ୱପ୍ନ ଥିଲା, ଏ ସ୍ୱପ୍ନ ଏବେ ବି ରହିଛି। ତେବେ ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଭଲ ହେବ କହିଛନ୍ତି ପ୍ରମୋଦ।

ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। 

Advertisment
Odisha Government Pramod Bhagat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ