Advertisment

ତୁଟିଲା ଏସିଆ କପ୍‌ ବିବାଦ; ପାକିସ୍ତାନରେ ନୁହେଁ ଏହି ଦେଶରେ ଖେଳିବ ଟିମ୍‌ ଇଣ୍ତିଆ..

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।

ଅଦ୍ୟତନ ହୋଇଛି
Asia Cup 2023

Asia Cup 2023

Advertisment

ଏସିଆ କପ୍‌ର ଭେନ୍ୟୁକୁ ନେଇ ବିବାଦ ଲାଗି ରହିଥିବା ବେଳେ ସମାଧାନର ବାଟ ବାହାର କରିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ । ପାକିସ୍ତାନରେ ଏସିଆ କପ୍‌ ଖେଳାଯିବାକୁ ନେଇ BCCI ନାରାଜ୍‌ ଥିବା ବେଳେ ଭାରତର ମ୍ୟାଚ୍‌ ଗୁଡ଼ିକ ନିରପେକ୍ଷ ସ୍ଥାନରେ ଖେଳାଯିବ ବୋଲି ପିସିବି ସୂଚନା ଦେଇଛି । ତେବେ ଏସିଆ କପ୍‌ ଖେଳିବା ପାଇଁ ଭାରତ ପାକିସ୍ତାନ ଯିବ ନାହିଁ ।

Advertisment

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ । ଟିମ୍‌ ଇଣ୍ତିଆର ମ୍ୟାଚ୍‌ ଗୁଡ଼ିକ ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ତରେ ଖେଳାଯାଇପାରେ । ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାରୁ ସେତେବେଳେ ୟୁଏଇରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଥାଏ । ତେବେ ମ୍ୟାଚ୍‌ ଇଂଲଣ୍ତରେ ଖେଳାଯିବାର ସମ୍ଭାବନା ରହିଛି । ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ଟି ମ୍ୟାଚ୍‌ ଆୟୋଜନ ହେବ ।

ଏସିଆ କପ୍‌ରେ ମୋଟ୍‌ ୬ଟି ଟିମ୍‌ ଭାଗ ନେବେ । ସବୁ ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି । ସମସ୍ତ ୬ ଦଳକୁ ନେଇ ୧୩ ଦିନରେ ୧୩ ମ୍ୟାଚ୍‌ ଖେଳାଯିବ । ପୂର୍ବ ନିୟମ ଅନୁଯାୟୀ, ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର ୪ ତଥା ସେମିଫାଇନାଲ୍‌କୁ ଉନ୍ନୀତ ହେବେ ।

Advertisment

ଭାରତ-ପାକିସ୍ତାନ ଉଭୟ ଗୋଟିଏ ଗ୍ରୁପ୍‌ରେ ରହିଥିବା ବେଳେ ରୋମାଞ୍ଚକ ମ୍ୟାଚ୍‌ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ରହିଛନ୍ତି । ଏହି ବର୍ଷ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି ।

Advertisment
BCCI Cricket Asia Cup 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ