Advertisment

ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବ ପାକ୍ କ୍ରିକେଟ ଟିମ୍

ବାସ୍ତବରେ ଭିସା ପାଇବାରେ ବିଳମ୍ବ ହେତୁ ପାକିସ୍ତାନ କ୍ରିକେଟ ବୋର୍ଡ ‍ଆଇସିସି ପାଖରେ ଅଭିଯୋଗ କରିଥିଲା। ଭିସା ବିଳମ୍ବ ହେତୁ ପାକିସ୍ତାନ ଦଳର ଅଭ୍ୟାସ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଇସିସି ନିକଟରେ ଅଭିଯୋଗ କରିଥିଲା ପିସିବି

Pakistan

Pakistan

Advertisment

ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ। ତେବେ ବିଶ୍ୱକପ୍‌କୁ ନେଇ ପାକିସ୍ତାନ ଟିମ୍‌କୁ ମିଳିଛି ଆଶ୍ୱସ୍ତିକର ଖବର । ଦିନିକିଆ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଦଳକୁ ଆଜି ଭାରତ ସରକାରଙ୍କ ପକ୍ଷରୁ ଭିସା ମିଳିଛି । ସୂଚନା ଅନୁସାରେ ସେପ୍ଟେମ୍ବର ୧୯ରେ ଭିସା ପାଇଁ ଆବେଦନ କରିଥିଲା ପିସିବି । ଆଜି ପାକିସ୍ତାନ କ୍ରିକେଟକୁ ଟିମ୍ ପାକିସ୍ତାନ ସହ ଆଫଗାନିସ୍ତାନକୁ ମଧ୍ୟ ଭିସା ମିଳିଛି । ଦିନିକିଆ ବିଶ୍ୱକପ୍ ପାଇଁ ପାକିସ୍ତାନ ଦଳ ୨୭ ସେପ୍ଟେମ୍ବରରେ ହାଇଦ୍ରାବାଦରେ ପହଞ୍ଚିବ। ଅର୍ଥାତ ଭାରତ ପହଞ୍ଚିବାକୁ ପାକିସ୍ତାନ ପାଖରେ ଆଉ ଦୁଇ ଦିନ ବାକି ଅଛି ।

Advertisment

ବାସ୍ତବରେ ଭିସା ପାଇବାରେ ବିଳମ୍ବ ହେତୁ ପାକିସ୍ତାନ କ୍ରିକେଟ ବୋର୍ଡ ‍ଆଇସିସି ପାଖରେ ଅଭିଯୋଗ କରିଥିଲା। ଭିସା ବିଳମ୍ବ ହେତୁ ପାକିସ୍ତାନ ଦଳର ଅଭ୍ୟାସ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଇସିସି ନିକଟରେ ଅଭିଯୋଗ କରିଥିଲା ପିସିବି । ତେବେ ପାକିସ୍ତାନ ବୁଧବାର ହାଇଦ୍ରାବାଦରେ ପହଞ୍ଚିବା ପରେ ସେପ୍ଟେମ୍ବର ୨୯ରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହାପରେ ଅକ୍ଟୋବର ୬ରେ ନେଦରଲ୍ୟାଣ୍ଡ ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ପାକିସ୍ତାନ ।

2023 Men's World Cup Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ