Advertisment

ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ

ଅନ୍ତର୍ଜାତୀୟ ସ୍ତରରେ ଓଡିଆଙ୍କ କମାଲ। ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ଦେଖିବାକୁ ମିଳିଛି। କ୍ରୀଡ଼ାର ଏହି ମହାକୁମ୍ଭରେ ସାରା ବିଶ୍ୱର ଚିତ୍ରଶିଳ୍ପୀ ସେମାନଙ୍କର ଯାଦୁ ଦେଖାଇଥିବା ବେଳେ ଓଡିଆ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମଧ୍ୟ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା।

ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ

tokyo olympics art

Advertisment

କଟକ: ଅନ୍ତର୍ଜାତୀୟ ସ୍ତରରେ ଓଡିଆଙ୍କ କମାଲ। ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ଦେଖିବାକୁ ମିଳିଛି। କ୍ରୀଡ଼ାର ଏହି ମହାକୁମ୍ଭରେ ସାରା ବିଶ୍ୱର ଚିତ୍ରଶିଳ୍ପୀ ସେମାନଙ୍କର ଯାଦୁ ଦେଖାଇଥିବା ବେଳେ ଓଡିଆ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମଧ୍ୟ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। ଇଣ୍ଡିଆନ କଣ୍ଟେମ୍ପରାରି ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଜାପାନ ଦୂତାବାସ ଓ ଅଲିମ୍ପିକ ଅର୍ଗାନାଇଜିଂ କମିଟି ସହ ଯୋଗାଯୋଗ କରାଯାଇ ଏହି ଚିତ୍ରକଳା ପ୍ରଦର୍ଶିତ କରାଯାଇଥିଲା। 

Advertisment

ଟୋକିଓ ଅଲିମ୍ପିକ୍ସ କେବଳ ଓଡିଆ ଖେଳାଳି ନୁହେଁ, ଓଡିଆ ଚିତ୍ରଶିଳ୍ପୀ ମଧ୍ୟ ଦେଖାଇଥିଲେ ସେମାନଙ୍କର କମାଲ୍‌। ବିଶ୍ୱର ସର୍ବବୃହତ ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରଦର୍ଶିତ ହୋଇଥିଲା ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା। ଇଣ୍ଡିଆନ କଣ୍ଟେମ୍ପରାରି ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ୩୨ଟି ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। ଗତ ଜୁଲାଇ ୧୨ ତାରିଖରେ ପ୍ରଥମେ ଅଲିମ୍ପିକ ଅର୍ଗାନାଇଜିଂ କମିଟି ସହ ଯୋଗାଯୋଗ ହୋଇଥିଲା। ଏହାପରେ ବିଭିନ୍ନ ଡିଜାଇନ୍‌ର ପେଣ୍ଟିଂ ଦେଖି ଅନୁମତି ପ୍ରଦାନ କରିଥିଲା କମିଟି। ଶେଷରେ ଅଲିମ୍ପିକ୍ସରେ ପ୍ରଦର୍ଶିତ ହୋଇଥିଲା ଓଡିଆ କଳାକାରଙ୍କ ଚିତ୍ରକଳା। ଅଲିମ୍ପିଆନ୍‌ ତଥା ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍ଟେନ ଦିଲ୍ଲୀପ ତିର୍କୀ ଏହାକୁ ଓଡିଶାରେ ମଧ୍ୟ ଉନ୍ମୋଚନ କରିଥିଲେ। 

Advertisment

ଭୁବନେଶ୍ୱର, କଟକ, ସମ୍ବଲପୁର ଭଳି ବିଭିନ୍ନ ସହରର ଏକାଧିକ ଚିତ୍ରଶିଳ୍ପୀ ଏହି ୩୨ଟି ଚିତ୍ରକଳା ତିଆରି କରିଥିଲେ। ଇଣ୍ଡିଆନ କଣ୍ଟେମ୍ପରାରି ଆର୍ଟିଷ୍ଟ ଆସୋସିଏସନର ଜୁରି ସଦସ୍ୟ ମାନେ ପ୍ରଥମେ ଆର୍ଟ ଗୁଡିକୁ ଦେଖି ସନ୍ତୋଷ ପ୍ରକାଶ କରିବା ପରେ ଏହାକୁ ଅଲିମ୍ପିକ୍ କମିଟିକୁ ପଠାଯାଇଥିଲା। ଜାଭଲିନ୍ ଥ୍ରୋ, ରେସିଂ, ଆଥଲେଟ ମିଲଖା ସିଂଙ୍କ ଆର୍ଟ କରାଯାଇ ସେଠାରେ ପ୍ରଦର୍ଶିତ କରାଯାଇଥିଲା। ଭାରତୀୟ ବିଶେଷ କରି ଓଡିଆ ଆଥ୍‌ଲେଟ୍‌ଙ୍କୁ ପ୍ରୋତ୍ସାହିତ କରିବା ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ଚିତ୍ରଶିଳ୍ପୀ ମାନେ କହିଛନ୍ତି।  

Tokyo Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ