Advertisment

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀରେ T20 ମ୍ୟାଚ୍‌ ନେଇ ହାଇକୋର୍ଟ ଶୁଣାଇଲେ ରାୟ

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ସମ୍ପର୍କିତ ମାମଲା ଖାରଜ ହୋଇଛି। ମ୍ୟାଚ୍ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଛନ୍ତି।

ଅଦ୍ୟତନ ହୋଇଛି
Orissa HC Quashes Petition Seeking Cancellation T20 Match At Barabati Stadium

Orissa HC Quashes Petition Seeking Cancellation T20 Match At Barabati Stadium

Advertisment

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ବାରବାଟୀ ଟି-୨୦ ମ୍ୟାଚ୍ ଖେଳା ଯିବା ନେଇ ଯେଉଁ ଆଶା ଓ ଆଶଙ୍କା ଥିଲା ତାହା ମଉଲି ଯାଇଛି। 

Advertisment

ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଥିଲେ। ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍ ଆୟୋଜନ ନେଇ ଏଜି ତଥ୍ୟ ଉପସ୍ଥାପନ କରିଛନ୍ତି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ସେ ପ୍ରବୋଧନା ଦେଇଛନ୍ତି। ଏଜିଙ୍କ ପ୍ରବୋଧନା ଭିତ୍ତିରେ ହାଇକୋର୍ଟ ମାମଲା ଖାରଜ କରିଛନ୍ତି।

ସୂଚନାଥାଉ କି, ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଢେଙ୍କାନାଳ ଭୁବନର ଜନୈକ ସଞ୍ଜୟ ନାୟକଙ୍କ  ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ରାଜ୍ୟ ସରକାର, BCCI ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ଦାୟର ହୋଇଥିଲା। ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଥିଲା।

Advertisment

ଅନ୍ୟପକ୍ଷେ, ଆଜିଠୁ ବାରବାଟୀ T20 ମ୍ୟାଚ୍‌ର ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଓସିଏ ସହ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ୍‌ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ୍‌ ବିକ୍ରି ହେବ। ଓସିଓ କନ୍‌ଫରେନ୍ସ ହଲ୍‌ରେ ସକାଳ ୧୦ଟାରୁ ଟିକେଟ୍‌ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ କାଉଣ୍ଟର କରାଯାଇଛି। ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥା ଗୁଡ଼ିକୁ ଟିକେଟ୍‌ ମିଳିବ। ଏହା ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ୧୬ ହଜାର ୧୫୪ଟି ଟିକେଟ୍ ବିକ୍ରି ହେବ ।

ସୂଚନାଥାଉ କି, ଜୁନ୍ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜ। ଚଳିତ ବର୍ଷ ଫେବୃଆରୀରେ ବାରବାଟୀରେ T20 ମ୍ୟାଚ୍‌ ଖେଳା ଯିବାର ଥିଲା। ଟିମ୍‌ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏହି ମ୍ୟାଚ୍‌ ହେବାର ଥିଲା। ତେବେ କୋଭିଡ୍‌ ପାଇଁ ମ୍ୟାଚ୍‌ ଖେଳା ଯାଇନଥିଲା। ଏହାପରେ BCCI ବାୟୋ ବବଲ୍‌ ମଧ୍ୟରେ ଅହମଦାବାଦ ଓ କୋଲକାତାରେ ଦିନିକିଆ ଓ T20 ମ୍ୟାଚ୍‌ ଖେଳାଯିବା ନେଇ ନିଷ୍ପତ୍ତି ନେଇଥିଲା। ଏହା ପରେ ଜୁନ୍‌ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ T20 ମ୍ୟାଚ୍‌ ଖେଳାଯିବା ନେଇ ନିଷ୍ପତ୍ତି ହୋଇଥିଲା। 

Advertisment
Barabati Stadium T20 International India-South Africa T20 Ind Vs SA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ