ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ,ରାହାଣେକୁ ୧ କୋଟିରେ କିଣିଲା କେକେଆର୍

ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ। ଇଂଲିଶ ଅଲ୍ରାଉଣ୍ଡର ଲିଭିଂଷ୍ଟୋନ୍ଙଙ୍କୁ ସାଢେ ୧୧ କୋଟିରେ ନେଲା ପଞ୍ଜାବ କିଙ୍ଗ୍ସ । ରାହାଣେକୁ ୧କୋଟିରେ କିଣିଲା କେକେଆର୍ । ସେପଟେ ବିକ୍ରି ହେଲେନି ପୂଜାରା ଓ ମୋର୍ଗାନ, ଫିଞ୍ଚ ।

IPL auction 2022

News Summary

ଆଇପିଏଲ୍ ମେଗା ନିଲାମୀର ଦ୍ୱିତୀୟ ଦିନ

ଆଇପିଏଲ୍ ମେଗା ନିଲାମୀର ଦ୍ୱିତୀୟ ଦିନରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ଇଂଲଣ୍ଡ ଅଲ୍ରାଉଣ୍ଡର ଲିଆମ୍ ଲିଭିଂଷ୍ଟୋନ୍ । ତାଙ୍କୁ ସାଢେ ୧୧ କୋଟି ଟଙ୍କାରେ କିଣିଛି ପଞ୍ଜାବ କିଙ୍ଗ୍ସ । ଲିଭିଂଷ୍ଟୋନ୍ ଗତ ସିଜନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ । ତେବେ ସିଜନ ଅଧାରୁ ସେ ଓହରିଯାଇଥିଲେ ।

ସେହିପରି ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କୁ କୋଲକତା ନାଇଟ ରାଇଡର୍ସ ୧ କୋଟି ଟଙ୍କାରେ କିଣିଛି । ରାହାଣେଙ୍କ ମୂଳ ଦର ୧ କୋଟି ଟଙ୍କା ଥିଲା। ସେପଟେ ଭାରତୀୟ ଟେଷ୍ଟ ଟିମର ଅନ୍ୟତମ ଖେଳାଳି ଚେତେଶ୍ୱର ପୂଜାରା ପ୍ରଥମ ରାଉଣ୍ଡରେ ବିକ୍ରି ହୋଇନାହାନ୍ତି । ସେହିପରି ଇଂଲଣ୍ଡ ଟିମ୍ର ଟିଟ୍ୱେଣ୍ଟି କ୍ୟାପଟେନ୍ ଓୟେନ୍ ମୋର୍ଗାନ୍ ଏବଂ ଅଷ୍ଟ୍ରେଲିଅର ଟିଟ୍ୱେଣ୍ଟି କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ପାଇଁ ମଧ୍ୟ କୌଣସି ଫ୍ରାଞ୍ଚାଇଜି ଆଗ୍ରହ ପ୍ରକାଶ କରିନାହାନ୍ତି ।

ଗତକାଲି ଆଇପିଏଲ୍ ମେଗା ଅକ୍ସନର ପ୍ରଥମ ଦିନରେ ମେଗା ପ୍ରାଇସ୍ ବାଜି ମାରିନେଇଥିଲେ ଓ୍ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ୧୫ କୋଟି ୨୫ ଲକ୍ଷ ଟଙ୍କାରେ ଈଶାନ୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲେ ।