Advertisment

Calls From Virat:ଛତିଶଗଡ଼ ଯୁବକ ମନିଷ ବିଶିଙ୍କ ପାଖରେ ରଜତଙ୍କ ପୁରୁଣା ସିମ୍ , ବିରାଟ୍ କୋହଲି ଓ ଡିଭିଲିୟର୍ସ ଭଳି ଷ୍ଟାରଙ୍କ ଫୋନ କଲ୍

ଏମିତି କେବେ ହୋଇଛି ? ଯେବେ ଆପଣ ନୂଆ ସିମ୍ ଟେ କିଣିଥିବେ ଆଉ ସର୍ଭିସ୍ ଆରମ୍ଭ ହେଉ ହେଉ ଆପଣଙ୍କୁ ପାଖକୁ ଭିଆଇପି, ଭିଭିଆଇପିଙ୍କ କଲ୍ ଆସିବା ଆରମ୍ଭ ହୋଇଯିବ ! କିମ୍ବା ଏମିତି ଜଣେ ତାରକା ଯାହାର ଆପଣ ଥିବେ ଜଣେ ଜବରା ଫ୍ୟାନ୍ । ଥରେ ଚିନ୍ତୁା କରନ୍ତୁ, ଯଦି ଏମିତି ହୁଏ ତାହେଲେ ଆପଣ କେମିତି ଅନୁଭବ କରିବେ ?

ଅଦ୍ୟତନ ହୋଇଛି
Odisha Youth

Odisha Youth

Advertisment

ଇଏ କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । ଛତିଶଗଡ଼ ଗରିୟାବନ୍ଦ ଜିଲ୍ଲା ମାଡାଗାଁଓର ଜଣେ ଅତି ସାଧାରଣ ଯୁବକଙ୍କ ପାଖକୁ ଆସିଛି କ୍ରିକେଟ ଜଗତର ଦିଗ୍ଗଜଙ୍କ ଫୋନ୍ କଲ୍ । ଯାହାକୁ ମଜାକ ଭାବି ନେଇଥିଲେ ତାହା ସତ ବୋଲି ଜାଣିବା ପରେ ଏହାକୁ ନେଇ ବେଶ୍ କୌତୁହଳ ପ୍ରକାଶ ପାଇଛି ।

Advertisment

ମାଡାଗାଁଓର ଯୁବକ ମନିଷ ବିଶି ନିକଟରେ ଏକ ମୋବାଇଲ୍ ଦୋକାନରୁ ନୂଆ ସିମ୍ କାର୍ଡଟିଏ ଆଣିଥିଲେ । ସେ ତାକୁ କିଛି ଦିନ ବ୍ୟବହାର କରୁଥିଲେ ।  ଯେବେଠୁ କିନ୍ତୁ ସେ ସେହି ନମ୍ୱରରେ ୱାଟ୍ସଅପ୍ ବ୍ୟବହାର କରିବା ଆରମ୍ଭ କଲେ ସେବେଠୁ ତାଙ୍କ ପାଖକୁ ଆସିବାକୁ ଲାଗିଲା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସଙ୍କ ଫୋନ୍ କଲ୍ । ଆଉ ଆସିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାରଙ୍କ ଫୋନ୍ । 

ମନିଷ ଓ ଖେମରାଜଙ୍କୁ ମଜାକ ଲାଗୁଥିଲେ ମଧ୍ୟ ଏହି ସବୁ ତାରକା ଫୋନ୍ କରିବା ସତ । ପ୍ରକୃତରେ ଘଟଣା ହେଉଛି ଯେ, ଯେଉଁ ନମ୍ବର ମନିଷଙ୍କୁ ଆଲର୍ଟ ହୋଇଥିଲା ତାହା ଥିଲା କ୍ରିକେଟର ରଜତ ପାଟିଦାରଙ୍କ ପୁରୁଣା ଫୋନ୍ ନମ୍ବର । ଯେହେତୁ ତାହା ୯୦ ଦିନ ଧରି ସେବାରେ ନଥିଲା ତେଣୁ ସଂପୃକ୍ତ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ସେହି ନମ୍ବର ଆଉ ଥରେ ଆଲର୍ଟ କରି ବିକ୍ରି କରିଥିଲା । କିନ୍ତୁ ପୁରୁଣା ନମ୍ବର ହୋଇଥିଲେ ବି ୱାଟ୍ସଅପ୍ ରେ ତାହା ରଜତ ପାଟିଦାର ବୋଲି ଜଣା ପଡ଼ୁଥିଲା ।

Advertisment

ଆଉ ଏହି କାରଣରୁ ବହୁ ଷ୍ଟାର ଖେଳାଳି ରଜତଙ୍କୁ ଫୋନ୍ କରୁଥିଲେ କିନ୍ତୁ ଫୋନ୍ ଉଠାଉଥିଲେ ମନିଷ ଓ ଖେମରାଜ । ଘଟଣା ଜଣା ପଡ଼ିବା ପରେ ନିଜେ ରଜତ ଜୁଲାଇ ୧୫ରେ ଫୋନ୍ କରି କହିଥିଲେ, ଭାଇ ଦୟାକରି ମୋ ସିମ୍ କାର୍ଡ ମୋତେ ଫେରାଇ ଦିଅ । କିନ୍ତୁ ଏହାକୁ ଏକ ପ୍ରାଙ୍କ୍ ବୋଲି ଭାବି ନେଇଥିଲେ ଦୁଇ ସାଙ୍ଗ । ପରେ କିନ୍ତୁ ପୋଲିସ ହସ୍ତକ୍ଷେପ ପରେ ସିମ୍ କୁ ଫେରାଇ ଦେଇଛନ୍ତି ମନିଷ୍ । 

ଏକ ନିପଟ ମଫସଲ ଗାଁର ଯୁବକ କେବେ ସ୍ବପ୍ନରେ ବି ଭାବି ନଥିଲେ ଯେ ସେମାନେ ବିରାଟଙ୍କ ସହ କଥା ହୋଇପାରିବେ । ଆଜି ବି ସେମାନଙ୍କୁ ଏହି ଘଟଣା ସେମାନଙ୍କୁ ଫିଲ୍ମ ଭଳି ଲାଗୁଛି । ଟେଲିକମ୍ ସର୍ଭିସର ନିୟମ ଅନୁସାରେ ୯୦ ଦିନ ସିମ୍ କାର୍ଡ ରିଚାର୍ଜ ନ ହେଲେ ସେବାରେ ନଥିଲେ ତାହା ରିଜେକ୍ଟ ହୋଇଯାଏ ଏବଂ ସେହି ନମ୍ବରରେ ନୂଆ ସିମ୍ ଆକ୍ଟିଭ୍ କରି ବିକ୍ରି କରାଯାଇଥାଏ । ଏଣୁ ଏହାକୁ ନେଇ କୌଣସି ସାଇବର ମାମଲା ବି ରୁଜୁ ହୋଇନଥିବା ଜଣାପଡ଼ିଛି । 

Advertisment
Odisha Virat Kohli Rajat Patidar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ