National Kho Kho team: ହକି ପରେ ‘ଖୋ ଖୋ’ ଟିମ୍‌ର ପ୍ରାୟୋଜକ ହେବ ଓଡ଼ିଶା

ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ଖୋ ଖୋର ପ୍ରାୟୋଜକ ହେବ ଓଡ଼ିଶା

ହକି ଭଳି ଏଥର ‘ଖୋ ଖୋ’ ଖେଳର ପ୍ରାୟୋଜକ ରହିବ ଓଡ଼ିଶା । ଦେଶର ଏହି ଖେଳକୁ ଏବଂ ଖେଳାଳୀଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଓଡ଼ିଶା ‘ଖୋ ଖୋ’ର ପ୍ରାୟୋଜକ ରହିବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆସନ୍ତା ୩ ବର୍ଷ ପାଇଁ ସ୍ପନସର କରିବେ ।

ତେବେ ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ଖର୍ଚ୍ଚ ବାବଦ ଅର୍ଥ ପ୍ରଦାନ କରିବ ଓଡ଼ିଶା ଖଣି ନିଗମ । ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବା ସହିତ ଓଡ଼ିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ବିନୋଦ କାମ୍ବଲିଙ୍କ ଦ୍ବିତୀୟ ସ୍ତ୍ରୀ ଆଣ୍ଡ୍ରିଆ ହେୱିଟଙ୍କ ବିଷୟେର ଜାଣନ୍ତୁ...