Advertisment

ତାମିଲନାଡୁ ଠାରୁ ମାତ୍ର ଗୋଟିଏ ରନ୍‌ରେ ହାରିଲା ଓଡ଼ିଶା

ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ଠାରୁ ହାରିଲା ଓଡ଼ିଶା। ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଏବେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା।

ଅଦ୍ୟତନ ହୋଇଛି
odisha-lost-to-tamilnadu-by-one-runs-syed-mushtaq-ali-trophy

odisha-lost-to-tamilnadu-by-one-runs-syed-mushtaq-ali-trophy

Advertisment

ଭୁବନେଶ୍ୱର : ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ଠାରୁ ହାରିଲା ଓଡ଼ିଶା। ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଏବେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ରେ ଓଡ଼ିଶା ତା’ର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ନିକଟରୁ ମାତ୍ର ୧ ରନରେ ପରାସ୍ତ ହୋଇଛି। ଏଲିଟ୍ ଗ୍ରୁପ୍-ଏ’ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଯାହାର ଜବାବରେ ଓଡ଼ିଶା ୬ ୱିକେଟ୍ ହରାଇ ୧୬୪ ରନ୍ କରିବାକୁ ସକ୍ଷମ ହୋଇଛି। ଏଥିସହ ମାତ୍ର ୧ ରନ୍ ପାଇଁ ଓଡ଼ିଶା ବିଜୟରୁ ବଞ୍ଚିତ ହୋଇଛି।

Advertisment

୧୬୬ ରନର ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ତା’ର ଦୁଇ ଓପ୍ନର ରାଜେଶ ଧୂପର (୧୨) ଓ ଅଂଶୁମାନ ରଥ (୪)ଙ୍କୁ ସଅଳ ହରାଇଥିଲା। ଅଭିଜ୍ଞ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ତୃତୀୟ ୱିକେଟ୍ ପାଇଁ ୬୨ ରନର ଭାଗିଦାରୀ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ପୋଦ୍ଦାର ୨୯ (୨୨ ବଲ୍, ୧ ଚୌକା, ୧ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଅଭିଷେକ ଯାଦବ ଖାତା ଖୋଲିପାରିନଥିଲେ।

Advertisment

ଉକ୍ତ ମ୍ୟାଚ୍‌ରେ ଶୁଭ୍ରାଂଶୁଙ୍କ ସହ ଅଭିଷେକ ରାଉତ ୪୯ ରନ୍ ଯୋଡ଼ି ଓଡ଼ିଶାକୁ କମବ୍ୟାକ୍ କରାଇଥିଲେ। ଶୁଭ୍ରାଂଶୁ ଦମଦାର ଇନିଂସରେ ବ୍ରେକ୍ ଲଗାଇଥିଲେ ଟି. ନଟରାଜନ୍। ଫଳରେ ଶୁଭ୍ରାଂଶୁ ୪୭ ବଲରେ ୩ ଚୌକା ଓ ୩ ଛକା ସହ ୬୭ ରନ୍ କରି ଆଉଟ୍ ହୋଇଯଆଇଥିଲେ । ଏହା ପରେ ଓଡ଼ିଶାକୁ ଶେଷ ୨ ଓଭରରେ ୨୩ ରନ୍ ଆବଶ୍ୟକ ହେଉଥିଲା। ହେଲେ ଦଳ ୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଭିଷେକ ଦ୍ରୁତ ୩୮ (୨୧ ବଲ୍, ୪ ଚୌକା, ୧ ଛକା) ରନ୍ କରି ଅପରାଜିତ ଥାଇ ମଧ୍ୟ ଦଳକୁ ଜିତାଇପାରିନଥିଲେ। ମ୍ୟାଚ୍‌ରେ ତାମିଲାନାଡୁର ନଟରାଜନ ୨ଟି ୱିକେଟ୍ ନେଇଥିଲେ ।

Odisha Syed Mushtaq Ali Trophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ