Advertisment

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସର ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୩୩ ପରିବର୍ତ୍ତେ ୨୦୩୬ ଯାଏ ପ୍ରାୟୋଜକ ରହିବା ନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମହାସଚିବ ଭୋଲାନାଥ ସିଂ ।

ଅଦ୍ୟତନ ହୋଇଛି
Hockey India

Hockey India

Advertisment

୨୦୩୬ ମସିହା ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା । ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସର ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୩୩ ପରିବର୍ତ୍ତେ ୨୦୩୬ ଯାଏ ପ୍ରାୟୋଜକ ରହିବା ନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମହାସଚିବ ଭୋଲାନାଥ ସିଂ । ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରାୟୋଜକ ରହିବ ଓଡ଼ିଶା ।

Advertisment

ସୂଚନା ମୁତାବକ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ଵରେ ଗୋଟିଏ ଅଲଗା ପରିଚୟ ମିଳିଛି । ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ । ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାର ହକି ଇଣ୍ଡିଆକୁ ପ୍ରାୟୋଜକ ଅବଧି ସମୟକୁ ୨୦୩୩ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ।

Advertisment

ସୂଚନା ଅନୁସାରେ ୨୦୧୮ ମସିହାରୁ ଭାରତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ୱ ନେଇଛି । ପ୍ରଥମେ ୫ ବର୍ଷ ପାଇଁ ଓଡ଼ିଶା ସରକାର ଏହି ଦାୟିତ୍ୱ ନେଇଥିଲେ । ଏହାପରେ ଏହି ଅବଧିକୁ ଆଉ ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସର ପାଇଁ ଏବେ ଅବଧିକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର ।

Odisha Hockey India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ