Advertisment

IPL ନିଲାମରେ ବିକ୍ରି ହେଲେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି

୨୦୧୬ରେ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।

କ୍ରିକେଟର୍ ଶୁଭ୍ରାଂଶୁ ସେନାପତି

କ୍ରିକେଟର୍ ଶୁଭ୍ରାଂଶୁ ସେନାପତି

Advertisment

ନୂଆଦିଲ୍ଲୀ: ଏଥର ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖେଳିବେ ଓଡ଼ିଆ ରଣଜୀ ଟିମ୍‌ର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି। ବେଙ୍ଗାଳୁରୁରେ ଚାଲିଥିବା ଆଇପିଏଲ୍ ନିଲାମୀର ଦ୍ୱିତୀୟ ଦିନରେ ଚେନ୍ନାଇ ସୁପରକିଙ୍ଗସ୍ ଏହି ଓଡ଼ିଆ ବ୍ୟାଟସମ୍ୟାନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। 

Advertisment

୨୫ ବର୍ଷୀୟ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ। ବିଶେଷ କରି ମୁମ୍ବାଇରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚରେ ୨୭୫ ରନ୍ କରିଥିଲେ। ଆନ୍ଧ୍ର ବିପକ୍ଷରେ ଶତକ ଜମାଇଥିଲେ ଏହି ଓଡ଼ିଆ ବ୍ୟାଟସମ୍ୟାନ୍। ସେହିପରି ଗତ ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶୁଭ୍ରାଂଶୁ ୫ ମ୍ୟାଚରେ ୧୩୮ ରନ୍ କରିଥିଲେ। ଏହା ପରେ ତାଙ୍କୁ  CSK ପକ୍ଷରୁ ନେଟ୍ସ ପାଇଁ ଡକାଯାଇଥିଲା।

ବିଶେଷ କରି CSK  କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ତାଙ୍କ ବ୍ୟାଟିଂଦେଖି ପ୍ରଭାବିତ ହୋଇଥିବା କୁହାଯାଇଥିଲା। ଶୁଭ୍ରାଂଶୁ ୨୦୧୬ରେ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ସେହିପରି ତାଙ୍କର ୨୦୧୭ରେ ଲିଷ୍ଟ ଏ ଏବଂ ଟିଟ୍ବେଣ୍ଟି କ୍ୟାରିୟର ଆରମ୍ଭ ହୋଇଥିଲା। ଶୁଭ୍ରାଂଶୁ ଏ ପର୍ଯ୍ୟନ୍ତ ୨୬ଟି ଟିଟ୍ୱେଣ୍ଟି ମ୍ୟାଚ ଖେଳି ୧୨୨ ଦଶମିକ ୨୫ ଷ୍ଟ୍ରାଇକ୍ ରେଟ୍ରେ ୬୩୭ ରନ୍ କରିଛନ୍ତି। ଏଥିମଧ୍ୟରେ ୩ଟି ହାଫ୍ ସେଞ୍ଚୁରୀ ରହିଛି।   

Advertisment
IPL 2022 Auction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ