Advertisment

ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

hockey

Advertisment

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

Advertisment

ତେବେ ଟୋକିଓରେ ମଉଳି ଯାଇଥିଲା ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଭାରତୀୟ ମହିଳା ଗ୍ରୁପ୍। ଷ୍ଟେଜ୍ ପରାଜୟର ପ୍ରତିଶୋଧ ସହ ବ୍ରୋଞ୍ଜ ମେଡାଲ ହାତେଇବା ଲକ୍ଷ୍ୟରେ ଷ୍ଟାଡିୟମର ବ୍ଲୁ ଟର୍ଫକୁ ଓହ୍ଲାଇଥିଲେ ଓ୍ୱିମେନ୍ ଇନ୍ ବ୍ଲୁ। ଆରମ୍ଭରୁ ସତର୍କ ରହି ଖେଳୁଥିଲା ଭାରତୀୟ ଟିମ୍। ଏହା ସତ୍ତ୍ୱେ ୧୬ ଓ ୨୪ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରି ଲିଡ୍ ନେଇଥିଲା ବ୍ରିଟେନ୍। ତେବେ ୨-୦ରେ ପଛୁଆ ଥିବା ଭାରତୀୟ ମହିଳା ଦଳ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଥିଲେ। ବ୍ରିଟିଶ ଗୋଲଫେଷ୍ଟ ଉପରେ ଘନ ଘନ ଆକ୍ରମଣ କରି ଏହାର ଡିଫେନ୍ସ ଉପରେ ଚାପ ପକାଇଥିଲେ।

ତେବେ ଭାରତୀୟ ମହିଳା ହକି ଟିମ୍ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ। ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

Advertisment

ସେହିଭଳି ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍‌ ବ୍ରୋଞ୍ଜ ଲଢ଼େଇରେ ଜିତିବା ପରେ ମଧ୍ୟ ନବୀନ ପଟ୍ଟନାୟକ ସେମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ଜଣାଇଥିଲେ । ଖାଲି ସେତିକି ନୁହେଁ ଆଗାମୀ ୧୬ ତାରିଖରେ ଓଡ଼ିଶାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

Bhubaneswar Odisha Olympic Tokyo Olympics2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ