Advertisment

ବିଶ୍ୱର ୧ନଂ ଖେଳାଳିଙ୍କ ଅଷ୍ଟ୍ରେଲିଆନ୍‌ ଓପନ୍ ଆଶା ଧୂଳିସାତ୍‌ ! ଫେରାଇ ଦେଲେ ଅଷ୍ଟ୍ରେଲିଆ ସରକାର

କୋଭିଡ-୧୯ ପ୍ରତିଷେଧକ ଟିକା ନେବାକୁ ଅମଙ୍ଗ ଜୋକୋଭିଚ୍ ଫେରିଲେ । ଅଷ୍ଟ୍ରେଲିଆନ ଓପନ୍ ଜିଣି ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଧୂଳିସାତ୍‌ ହୋଇଛି । ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ୍ ଜୋକୋଭିଚ୍‌ଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବା ଆଶା ଧୂଳିସାତ୍ ।

Novak Djokovic

Novak Djokovic

Advertisment

ଭିସା ବିବାଦରୁ ଶେଷରେ ଅଷ୍ଟ୍ରେଲିଆ ଛାଡ଼ିଲେ ନୋଭାକ୍ ଜୋକୋଭିଚ୍ । ଅଷ୍ଟ୍ରେଲିଆ ସରକାରଙ୍କ ଭିସା ବାତିଲ ନିର୍ଦ୍ଦେଶ କୋର୍ଟ କାଏମ ରଖିଲେ । ୩ ଜଣିଆ ଖଣ୍ଡପୀଠ ସରକାରଙ୍କ ନିର୍ଦ୍ଦେଶ କାଏମ ରଖିବାରୁ ଫେରିଲେ ନୋଭାକ୍ ଜୋକୋଭିଚ୍ । କୋଭିଡ-୧୯ ପ୍ରତିଷେଧକ ଟିକା ନେବାକୁ ଅମଙ୍ଗ ଜୋକୋଭିଚ୍ ଫେରିଲେ । ଅଷ୍ଟ୍ରେଲିଆନ ଓପନ୍ ଜିଣି ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଧୂଳିସାତ୍‌ ହୋଇଛି । ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ୍ ଜୋକୋଭିଚ୍‌ଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବା ଆଶା ଧୂଳିସାତ୍ ।

Advertisment

ଡିଫେଣ୍ଡିଂ ଚାମ୍ପିଅନ୍ ତଥା ୯ ଥରର ବିଜେତା ଜୋକୋଭିଚ୍ ଅଷ୍ଟ୍ରେଲିଆନ୍ ଓପନରେ ଭାଗ ନେବା ପାଇଁ ଗତ ସପ୍ତାହରେ ମେଲବର୍ଣ୍ଣ ପହଞ୍ଚିଥିଲେ । ସର୍ବିୟାର ଏହି ଖେଳାଳି ନିୟମ ଉଲ୍ଲଙ୍ଘନ କରି ଅଷ୍ଟ୍ରେଲିଆରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସେ ନିଜର କୋଭିଡ୍ ଟିକାକରଣର ସବିଶେଷ ତଥ୍ୟ ଦେଇପାରିନାହାନ୍ତି। ଏହାସହ କରୋନା ପଜିଟିଭ୍ ଚିହ୍ନଟ ହେବା ସତ୍ତ୍ୱେ ସେ ନିଜର ଟ୍ରାଭେଲ୍ ହିଷ୍ଟ୍ରୀ ସମ୍ବନ୍ଧରେ ଭୁଲ୍ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୫ ତାରିଖରେ ଜୋକୋଭିଚ୍ ମେଲବର୍ଣ୍ଣରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ସରକାର ତାଙ୍କର ଭିସା ବାତିଲ କରିଦେଇଥିଲେ। କାରଣ ସେ କରୋନା ଟିକାକରଣ ନିୟମରେ ମେଡିକାଲ୍ ଛାଡ଼ ମାନଦଣ୍ଡ ପୂରଣ କରିନଥିଲେ। ତା’ଛଡ଼ା ଅଷ୍ଟ୍ରେଲିଆ ଆସୁଥିବା ପ୍ରତିଟି ନାଗରିକଙ୍କୁ କୋଭିଡ୍-୧୯ର ଦୁଇଟି ଯାକ ଡୋଜ୍ ନେଇଥିବା ନିହାତି ଜରୁରୀ। କିନ୍ତୁ ଜୋକୋଭିଚ୍ ଯୁକ୍ତି କରିଥିଲେ ଯେ ତାଙ୍କୁ ଟିକାକରଣ ସାର୍ଟିଫିକେଟ୍ ଦେବା ଜରୁରୀ ନୁହେଁ। କାରଣ ତାଙ୍କ ପାଖରେ ପ୍ରମାଣ ଅଛି ଯେ ଗତ ମାସରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ତାଙ୍କ ପାଖରେ ଆଣ୍ଟିବଡି ମଧ୍ୟ ଅଛି।

Advertisment
Novak Djokovic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ